
ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ପଞ୍ଚୁଭୂତି ଗ୍ରାମ ପଂଚାୟତ ରେ ଥିବା ସୋସାଇଟି ବା ସାର ବିକ୍ରୟକେନ୍ଦ୍ର ରେ ୟୁରିଆ ସାର ବଣ୍ଟନ କୁ ନେଇ ବିଶୃଙ୍ଖଳା ଦେଖିବାକୁ ମିଳିଛି l ଆଜି ବୁଧବାର ଭୋର ୫ଟା ସମୟରେ ଝିପି ଝିପ ବର୍ଷା ରେ ଲୋକେ ତଲାରୀ, ଛଟା ମୁଣ୍ଡାଇ ଲୋକ ଙ୍କ ଲାଇନ ଭିଡ଼ ଦେଖିବାକୁ ମିଳିଥିଲା l ସ୍ତାନୀୟ ଯୁବକ ସଞ୍ଜୟ ଗୌଡ଼ କହିବା ପ୍ରକାରେ ସୋସାଇଟି ର ସଭାପତି କିମ୍ବା କୌଣସି ସୋସାଇଟି କର୍ମକର୍ତ୍ତା ସକାଳ 8 ଘଣ୍ଟ ସମୟରେ ସାର ବଣ୍ଟନ ଆରମ୍ଭ ହେବା କଥା କହିଥିଲେ ମଧ୍ୟ୍ୟ 10 ଘଣ୍ଟ ଯାଏଁ କାହାରି ଦେଖା ମିକିନଥିଲା ଯାହା ଚାଷୀ ଙ୍କ ମଧ୍ୟ୍ୟ ରେ ଅସନ୍ତୋଷ ହୋ ହଲା କରୁଥିବା ଚିତ୍ର ଦେଖିବାକୁ ମିଳିଥିଲା l ଯାହା ଦୀର୍ଘ ସମୟ ଧରି ଏକ ଅପ୍ରତିକର ପରିସ୍ଥିତି ଦେଖି ସେକ୍ରେଟାରୀ କାର୍ଯ୍ୟାଳୟ କୁ ନ ଯାଇ ସ୍ଥାନୀୟ ସରପଞ୍ଚ ଙ୍କୁ କୃଷି ଅଧିକାରୀ ଏ ନେଇ ଅବଗତ କରାଇ ଥିଲେ l ଏ ନେଇ ସେକ୍ରେଟାରୀ ଶ୍ରୀଧର ଦୋରା ଙ୍କୁ ପଚରା ଯିବାରୁ ପଞ୍ଚଭୂତି ଓ କୁମ୍ପାପଡା ପଂଚାୟତ ରେ ଆବଶ୍ୟକତା ଅନୁଯାଇ ସାର ଆସିନାହିଁ ବର୍ତମାନ 450 ସାର
ଆସିଥିବା ବେଳେ ହଜାର ପନ୍ଦରସହ ଲୋକଙ୍କୁ ଦେବା ସମ୍ଭବ ପର ନୁହଁ ଯାହା ବ୍ୟବସ୍ଥା ରେ ଥିବା ଉଚ୍ଚ ପଦସ୍ତୀ ଅଧିକାରୀ ଙ୍କୁ ଏ ନେଇ ବର୍ତମାନ ଅବଗତ କରାଇଛନ୍ତି l
ଗଞ୍ଜାମ ରୁ ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO