

ଭୁବନେଶ୍ୱର – ଆସନ୍ତାକାଲି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଜୟନ୍ତୀ ଅବସରରେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ପୂର୍ବାହ୍ନରେ ଆଚାର୍ଯ୍ୟବିହାର ଠାରୁ ଏଜି ଛକ ପର୍ଯ୍ୟନ୍ତ ମାନବ ଶୃଙ୍ଖଳ , ରାମଧୂନ୍ , ସଂକୀର୍ତନ ଓ ପଦଯାତ୍ରା କରାଯିବ । ସକାଳ ୯ଟାରେ ଗୀତଗୋବିନ୍ଦ ସଦନ ଠାରେ ଓଡିଶା ଲଳିତ କଳା ଏକାଡେମୀ ପକ୍ଷରୁ ଶିଳ୍ପୀ ଶିବିର ଅନୁÂିତ ହେବ ।
ସେହିପରି ବିଧାନସଭା ପରିସର ମଧ୍ୟରେ ଆୟୋଜିତ ହେବାକୁ ଥିବା ପ୍ରାର୍ଥନା ସଭାରେ ରାଜ୍ୟପାଳ ପ୍ରଫସର ଗଣେଶୀ ଲାଲ୍ ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ଉପବାଚସ୍ପତି ରଜନୀକାନ୍ତ ସିଂହ ପ୍ରମୁଖ ଯୋଗ ଦେଇ ଗାନ୍ଧିଜୀଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାଂଜଳୀ ଜଣାଇବେ । ଉକ୍ତ ସଭାରେ ଗାନ୍ଧିଜୀଙ୍କ ଆଶ୍ରମ ଭଜନ ପରିବେଶଣ କରାଯିବା ସହ ଉପବାଚସ୍ପତି ଗାନ୍ଧି ଜୟନ୍ତୀର ଶପଥ ପାଠ କରାଇବେ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ୧୫୦ତମ ଜନ୍ମ ଜୟନ୍ତୀ ବର୍ଷ ପାଳନ କରାଯିବ । ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପୂର୍ବାହ୍ନ ୧୧ ଟାରେ ଜୟଦେବ ଭବନ ଠାରେ ଗାନ୍ଧିଜୀଙ୍କ ଜୀବନୀ ସମ୍ପର୍କିତ ଫଟୋଚିତ୍ର ପ୍ରଦର୍ଶନୀକୁ ଉଦଘାଟନ କରିବେ । ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ଗାନ୍ଧିବାଦୀ ସତ୍ୟ ନାରାୟଣ ସାହୁ ଅଭିଭାଷଣ ଦେବେ । ଅପରାହ୍ନରେ .ସାହିତ୍ୟ ଓ ଉର୍ଦ୍ଧୁ ଏକାଡେମୀ ପକ୍ଷରୁ କବିତା ଆସର ଓ ,ମୁସାୟରା ଆୟୋଜିତ ହେବ । ସଂଧ୍ୟାରେ ଜୟଦେବ ଭବନ ଠାରେ ବିଶିଷ୍ଟ କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ଭଜନ ପରିବେଶଣ କରାଯିବ ।
ଅପରପକ୍ଷରେ ଗାନ୍ଧି ଜୟନ୍ତୀ ଅବସରରେ କିଟ୍ ବିଶ୍ୱ ବିଦ୍ୟାଳୟ ପରିସର ମଧ୍ୟରେ ବିଶ୍ୱ ସ୍ତରୀୟ କବି ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି । ଏଥିରେ ଯୋଗ ଦେବା ପାଇଁ ୪୨ଟି ଦେଶର ହଜାରେରୁ ଉଦ୍ଧ୍ୱର୍ କବି , ଲେଖକ ଓ ସାହିତ୍ୟିକ ମାନେ ଭୁବନେଶ୍ୱରରେ ପହଂଚିଛନ୍ତି । ଓଡିଶାରୁ ୫୦୦ କବି ଉକ୍ତ କାର୍ଯ୍ୟକ୍ରମରେ ଭାଗ ନେବେ । ‘କବିତା ମାଧ୍ୟମରେ ଦୟା ‘ ଏହି ସମ୍ମିଳନୀର ଥିମ୍ ରହିଛି ।