
ବ୍ରହ୍ମପୁର;-ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଚିକରଡ଼ା ଗ୍ରାମରେ ଦୂଷିତ ପାଣି ପିଇ ରବିବାର ୩୦୦ରୁ ଊର୍ଦ୍ଧ୍ୱ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସୋମବାର ୩୦ ଜଣ ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି। ଆରବିଏସ୍କେ (ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ)ର ଦୁଇଟି ଟିମ ଗ୍ରାମରେ ପହଞ୍ଚତ୍ ପ୍ରତି ଘରକୁ ଓଆର୍ଏସ୍ ଔଷଧ ସହ ପାଣିରେ ବ୍ଲଚିଂ ମିଶାଇ ପିଇବାକୁ ପରାମର୍ଶ ଦିଆଯାଇଛି।ସେପଟେ ଖବର ପାଇ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ଜିଲ୍ଲା ସ୍ବାସ୍ତ୍ୟ ଅଧିକାରୀ ବିଜୟ ପାଣିଗ୍ରାହୀ, ବୀଡ଼ିଓ କୁମାର ନାଗଭୁସନ ଙ୍କ ସହ ଏକ ସ୍ବାସ୍ତ୍ୟ ଟିମ ପହଂଚି ଅନୁଧ୍ୟାନ କରିଛନ୍ତି।
ପ୍ରକାଶ ଯେ, ଜିଲାର ବିଭିନ୍ନ ସ୍ଥାନରେ କିଛିଦିନ ହେଲା ବର୍ଷା ଲାଗି ରହିଛି। ଚିକରଡ଼ା ଗ୍ରାମର toବୋରୱେଲ ଖାଲୁଆ ସ୍ଥାନରେ ଥିବାରୁ ଦୂଷିତ ପାଣି ସେଠାରେ ଜମି ରହିଥିଲା। ପରେ ବୋରୱେଲ ଭିତରକୁ ତାହା ପଶି ଯାଇଥିଲା। ଗତ କିଛିଦିନ ଧରି ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଏହି ପାଣି ଗ୍ରାମବାସୀଙ୍କୁ ଯୋଗାଇ ଦିଆଯାଇଥିଲା। ଖବର ପାଇ ରଙ୍ଗେଇଲୁଣ୍ଡା ବିଡିଓ କୁମାର ନାଗଭୂଷଣ ପହଞ୍ଚତ୍ ସ୍ବାସ୍ଥ୍ୟ ଅଧିକାରୀ, ଗ୍ରାମ୍ୟ ଓ ଜଳ ଯୋଗାଣ ଅଧିକାରୀ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଘଟଣା ଉପରେ ଦୃଷ୍ଟି ରଖାଯାଇଥିବା ବିଧାୟକ ସୂଚନା ଦେଇଛନ୍ତି । ଅନ୍ୟ ସାହିରେ ମଧ୍ୟ ଝାଡ଼ାବାନ୍ତି ବ୍ୟାପୀବାରେ ଲାଗିଛି । ଏହାର ପ୍ରତିକାର ପାଇଁ ଔଷଧ, ବ୍ଲିଚିଂ ଏବଂ ଓଆର୍ଏସ୍ ପ୍ୟାକେଟ ବଣ୍ଟନ କରାଯାଇଥିବା ବିଡିଓ କହିଛନ୍ତି।

Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO