
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,ଆଜି ଦିବା ୧ ଘଂଟିକା ସମୟରେ ପୁରୀଜିଲ୍ଲା ଯୁବ ଆଇନ ଜୀବି ମଞ୍ଚ ତରଫରୁ ପୁରୀ ଜିଲ୍ଲାପାଳଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା |ବଗଳା ଧର୍ମଶାଳା ଜାଗା ଏକ ଦାନ ସମ୍ପତ୍ତି ହୋଇଥିବା ବେଳେ ପୁରୀ ଜିଲ୍ଲାପାଳ ଶ୍ରୀଯୁକ୍ତ ବଲୱନ୍ତ ସିଂ ଉକ୍ତ ସମ୍ପତ୍ତିରୁ କେତେକ ଲଜ ମାଲିକଙ୍କୁ ବିକ୍ରି କରିଛନ୍ତି | ଆମ ଓଡ଼ିଆ ଲୋକଙ୍କର ଭାବନା ସହିତ ସମ୍ପୃକ୍ତ |ଦୀର୍ଘ ଶହେ ବର୍ଷରୁ ଉର୍ଦ୍ଧ ହେବ ଉକ୍ତ ଧର୍ମଶାଳାରେ ଗରିବ ଲୋକମାନେ ସ୍ୱଳ୍ପ ମୂଲ୍ୟର ରହିବାର ସୁବିଧା ସାରା ଦେଶର ଭକ୍ତ ଅନୁଭବ କରିଛନ୍ତି |କିନ୍ତୁ ଦୁର୍ଭାଗ୍ୟ ପୁରୀସହରରେ ବହୁ ସରକାରୀ ଜାଗା ଥିବାବେଳେ ସେ ସମୁଦ୍ର କୂଳର ଜାଗା ପୁରୀ ଜିଲ୍ଲାପାଳ ଉକ୍ତ ଜାଗାକୁ ଚଞ୍ଚକତା କରି ବିକ୍ରି କରିବା ଓ ଥଇଥାନର ବାହାନା କରିବା ସହରବାସୀଙ୍କ ପ୍ରତି ବିଶ୍ୱାସ ଘାତକତା କରିଛନ୍ତି |ଶ୍ରୀମନ୍ଦିର ଚତୁର୍ପାଶ୍ୱରେ ଗରିବ ଉଠା ଦୋକାନି ମାନଙ୍କୁ ଥଇଥାନ କରାଯାଇ ପାରିଲା ନାହିଁ |ଯେଉଁ ଦୋକାନ ଘର ଭଙ୍ଗାଗଲା ତାଙ୍କୁ ଯେଉଁ ପ୍ରାପ୍ୟ ମିଳିବା କଥା ମିଳିଲା ନାହିଁ |କିନ୍ତୁ ଲଜ ମାଲିକ ମାନଙ୍କ ପ୍ରତି ଅତ୍ୟଧିକ ଅନୁଗ୍ରହ ହୋଇ ସେଠାର ଧର୍ମଶାଳାର କାର୍ଯ୍ୟ ଚାଲିଥିବା ବେଳେ ଓ ଏହା ଉପରେ ହାଇ କୋର୍ଟ ରେ ମକଦ୍ଧମା ଥିବାବେଳେ କିପରି ଜମି ବିକ୍ରି କରାଗଲା ତାହାବି ପ୍ରଶ୍ନବାଚୀ ସୃଷ୍ଟି କରିଛି |
ଏହାର ପ୍ରତିବାଦରେ ପୁରୀଜିଲ୍ଲା ଯୁବ ଆଇନ ଜୀବି ମଞ୍ଚ ତରଫରୁ ପୁରୀ ଜିଲ୍ଲାପାଳଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା |ମଞ୍ଚ ଆବାହକ ଆଡ଼ଭୋକେଟ କାଳୀ ପ୍ରସାଦ ନାୟକଙ୍କ ନେତୃତ୍ୱରେ ଓକିଲ ସଙ୍ଘ ପୂର୍ବତନ ସଭାପତି ଶ୍ରୀଯୁକ୍ତ ପ୍ରେମାନନ୍ଦ ମହାନ୍ତି, ପୂର୍ବତନ ସଂପାଦକ ଶ୍ରୀଯୁକ୍ତ ଶାରଦା ସାମଲ, ବିଭୁତି ଶଙ୍କର ତ୍ରିପାଠୀ, ଶ୍ରୀକାନ୍ତ ପରିଡା, ସ୍ମୃତି ରଞ୍ଜନ ପତି, ବିଶ୍ୱନାଥ ଦାସ, ଦୁର୍ଗାପ୍ରସାଦ ଆଚାର୍ଯ୍ୟ, ଅନିଲ ସାହୁ, ମାନସ ରଞ୍ଜନ ସାହୁ, ସଞ୍ଜୟ ରାଉତରାୟ, ପ୍ରମୁଖ ଆଇନ ଜୀବି ମାନେ ବିକ୍ଷୋଭ ପ୍ରତିବାଦ କରିବା ସହ ଜିଲ୍ଲାପାଳଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇ ଆଗାମୀ ଦିନର ଉକ୍ତ କବଲା ରଦ୍ଧ କରାନଗଲେ ଆନ୍ଦୋଳନକୁ ବ୍ୟାପକ କରାଯିବାପାଇଁ ଚେତାବନୀ ଦେଇଥିଲେ |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO