
କୋଭିଡ-୧୯ ରେ ମୃତ ଶିକ୍ଷକ ଶ୍ରୀ କୁଶଧ୍ବଜ ସେଠୀଙ୍କ ଏକାଦଶାହ ଅବସରରେ ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଭେଟିଛନ୍ତି ପଡୋଶୀ ବାଉଁଶଲୁଣ୍ଡି କ୍ଳଷ୍ଟରର ଶିକ୍ଷକ ଶିକ୍ଷୟିତ୍ରୀଗଣ ଙ୍କ ପ୍ରତିନିଧି ତଥା ବରିଷ୍ଠ ଶିକ୍ଷକଗଣ ଶ୍ରୀ ନେତାଜୀ ବିଷୋୟୀ, ଶ୍ରୀ ଅରୁଣ କୁମାର ବ୍ରହ୍ମା ,ଶ୍ରୀ ସୁରେଶ ଚନ୍ଦ୍ର ପତି ଙ୍କ ସମେତ ବାଉଁଶଲୁଣ୍ଡି କ୍ଳଷ୍ଟର ସି.ଆର୍.ସି.ସି ଶ୍ରୀ ସନ୍ତୋଷ କୁମାର ସାହୁ ଏବଂ ଡୁମାକୁମ୍ପା କ୍ଳଷ୍ଟର ସି.ଆର୍.ସି.ସି ଶ୍ରୀ ତ୍ରିନାଥ ବେହେରା ାଆର୍ଥିକ ସହଯୋଗ ରୂପେ ସଂଗୃହିତ ଟ.28100.00 ( ଅଠେଇଶି ହଜାର ଏକଶହ) ପ୍ରଦାନ କରିବା ସହ ପରିବାର ବର୍ଗଙ୍କୁ ସମେବେଦନା ଜଣାଇ ସ୍ବର୍ଗତ କୁଶ ସାର୍ ଙ୍କ ଫୋଟରେ ପୁଷ୍ପ ଅର୍ପଣ ପୂର୍ବକ ଅମର ଆତ୍ମାର ମୁକ୍ତି ପାଇଁ ନୀରବ ପ୍ରାର୍ଥନା କରିଛନ୍ତି ା ଏହି ଅବସରରେ ତାଙ୍କ ପରିବାରକୁ ଅଧିକରୁ ଅଧିକ ସହାୟତା ପ୍ରଦାନ କରିବା ସକାଶେ ମୃତ ଶିକ୍ଷକଙ୍କ ପତ୍ନୀଙ୍କ ଆନ୍ଧ୍ର ବ୍ୟାଙ୍କ ଏକାଉଣ୍ଟ ନମ୍ବର-006510100120000 ,ଆଇ.ଏଫ୍.ଏସ୍.ସି କୋଡ- ANDB0000065,(ପତ୍ନୀଙ୍କ ନାମ-ବିଉଟି ଲତା ସେଠୀ) ଭଞ୍ଜନଗର ଶାଖା , କୁ ସମସ୍ତେ ନିଜ ସାମର୍ଥ୍ୟ ଅନୁସାରେ ସହଯୋଗ ପ୍ରଦାନ କରିବା ପାଇଁ ସମଗ୍ର ଶିକ୍ଷକ ସମାଜ ଓ ସର୍ବ ସାଧାରଣଙ୍କୁ ସମସ୍ତେ ନିବେଦନ କରିଛନ୍ତି ା
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO