
କେନ୍ଦ୍ରାପଡା– ମୋ ପରିବାର ଜୀବନ ବିନ୍ଦୁ ରକ୍ତଦାନ ଶିବିର ଉଦଯାପିତ ହୋଇ ଯାଇଛି । କେନ୍ଦ୍ରାପଡା ପୈାରାଂଚଳର ଇଛାପୁର ଠାରେ ଚଳିତ ମାସ ୧୧ ତାରିଖରୁ ଆରମ୍ଭ ହୋଇଥିବା ଏହି ୫ ଦିନିଆ ଶିବିରର ଉଦଯାପନ ଦିବସରେ ୬୦ ୟୁନିଟ ରକ୍ତ ସଂଗ୍ରହ କରା ଯାଇଥିଲା । ମୁଖୟ ସଂଯଜୋକ କାଳୀ ପ୍ରସାଦ ମିଶ୍ର ଓ ସହ ସଂଯୋଜକ ହିରନ୍ୟ କୁମାର ପଣ୍ଡାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ବିଭିନ୍ନ ଦିବସରେ ପୂର୍ବତନ ମନ୍ତ୍ରୀ ତଥା ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ , କେନ୍ଦ୍ରାପଡା ବିଧାୟକ ଶଶୀ ଭଷୂଣ ବେହେରା, ଆଳି ବିଧାୟକ ପ୍ରତାପ ଦେବ, ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ସମେତ ବ୍ଲକ ଅଧ୍ୟକ୍ଷ ଅନାମ ଧଳ, ଜିଲ୍ଲାପରିଷଦ ସଭ୍ୟା ଜ୍ୟୋତ୍ସାରାଣୀ ଜେନା,ରାଜେଶ ଦାସ, ଶିବ ପ୍ରସାଦ ଭଳ, ରଞ୍ଜିତ ସାହୁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO