
ପ୍ରତ୍ୟେକ ବର୍ଷ ଅଗଷ୍ଟ ମାସ ୧୯ତାରିଖ ରେ ବିଶ୍ୱ ଫୋଟୋଗ୍ରାଫି ଦିବସକୁ ଆନନ୍ଦ ଉଲ୍ଲାସର ସହ ବିଭିନ୍ନ ଦେଶରେ ପାଳନ କରାଯାଉଛି। ଏହି ଅବସରରେ ଚଳିତ ବର୍ଷ କୋରନା କୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ରେ ଆଜି ବ୍ରହ୍ମପୁର ଫୋଟ ଗ୍ରାଫର ୱେଲଫେଆର ଆସୋସିଏସନ ତରଫରୁ କୋଭିଡ ନିୟମ ପାଳନ କରିବା ସହ ଏହି ଦିବସ ପାଳନ କରାଯାଇଛି। ଅନୁଷ୍ଠାନ ର ସଭାପତି ପ୍ରମୋଦ କୁମାର ପଣ୍ଡା, ଉପ ସଭାପତି ଦୁର୍ଗା ପ୍ରସାଦ ଶତପଥୀ, ସମ୍ପାଦକ ଆର.କେ ଦୁର୍ଗା ଓ ଅନ୍ୟ ସଦସ୍ୟ ମାନେ ଏକାଠି ହୋଇ ସୁଦୂର ଆର୍ଜେଣ୍ଟିନା ଠାରେ ପୁରସ୍କୃତ ହୋଇଥିବା ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ମାସ୍କ’ ର ନିର୍ଦ୍ଦେଶକ ଡକ୍ଟର ଶ୍ୱେତ କୁମାର ଦାଶ ଙ୍କୁ ସମ୍ମାନିତ କରିଥିଲେ।ଏହାପରେ ସଂଘର ପ୍ରଥମ ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା।ଏଥିରେ ଘୁମୁସର ଫୋଟ ଗ୍ରାଫର ଆସୋସିଏସନ, ଭଞ୍ଜନଗର ର ସଭାପତି ଜୟକୃଷ୍ଣ ପଟ୍ଟନାୟକ ଓ ହିଂଜିଳି କାଟୁ, ସାନ ଖେମୁଣ୍ଡି ଏବଂ ରଙ୍ଗେଇଲୁଣ୍ଡା ର କର୍ମକର୍ତ୍ତା ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। କିଛି ସଦସ୍ୟଙ୍କ ବିୟୋଗ ଘଟି ଥିବାରୁ ସେମାନଙ୍କ ସ୍ମୃତିରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ଏଥି ସହ ଆଗାମୀ ଦିନରେ କିଭଳି ସମସ୍ତ ଫୋଟ ଗ୍ରାଫରମାନେ ଏକତ୍ରିତ ହୋଇ କାର୍ଯ୍ୟ କରିବା ସହ ଅନ୍ୟମାନଙ୍କୁ ସାହାଯ୍ୟ ସହଯୋଗ କରି ମିଳିମିଶି କାର୍ଯ୍ୟ ସମ୍ପାଦନ କରିବେ ସେସମ୍ପର୍କରେ ଅତିଥିମାନେ ମତ ଦେଇଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO