ବାଲେଶ୍ୱର: ଆଜି ପୂର୍ବାହ୍ନରେ ବାଲେଶ୍ଵର ପୌର ପରିଷଦର ପୂର୍ବତନ ନଗରପାଳ ଆଲୋକ କୁମାର ସାହୁଙ୍କ ପକ୍ଷରୁ କରୋନା ଭଳି ମହାମାରୀ ସମୟରେ ନିଜର ଜୀବନକୁ ବାଜି ଲଗେଇ ସହରର ୧୩ ନମ୍ବର ୱାର୍ଡ଼ରେ କାର୍ଯ୍ୟ କରୁଥିବା କୋଭିଡ୍ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।
ପୌରପାଳିକାର ସ୍ବାସ୍ଥ୍ୟ ପରିମଳ ପର୍ଯ୍ୟବେକ୍ଷକ କମଳଲୋଚନ ପାତ୍ର, ସ୍ବଚ୍ଛସାଥୀ ସୁପରଭାଇଜର୍ ପ୍ରୀତି ବେହେରା, ସ୍ବଚ୍ଛସାଥୀ ବେଦଶ୍ରୀ ସେଠୀ, ସଦସ୍ୟ ସୁଜାତା ବେହେରାଙ୍କୁ ଉପଢୌକନ, ପୁଷ୍ପଗୁଚ୍ଛ, ସାନିଟାଇଜର୍, ମାସ୍କ ଓ ଅନ୍ୟାନ୍ୟ ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। କରୋନା ସମୟରେ ସେମାନଙ୍କର ଉନ୍ନତମାନର ସେବା ପାଇଁ ପୂର୍ବତନ ପୌରପାଳ ଶ୍ରୀ ସାହୁ ସେମାନଙ୍କ ମନୋବଳ ବୃଦ୍ଧି କରିବାକୁ ସମ୍ବର୍ଦ୍ଧିତ କଲେ ବୋଲି କୁହାଯାଇଛି। ଆଗକୁ ପର୍ଯ୍ୟାୟ କ୍ରମେ ଏହି କାର୍ଯ୍ୟକ୍ରମ ପୌର ପରିଷଦର ୩୧ ଟି ୱାର୍ଡ଼ ସମେତ ସଦର ନିର୍ବାଚନ ମଣ୍ଡଳୀରେ ଭଲ ସେବା ଯୋଗାଉଥିବା ସମସ୍ତ କୋଭିଡ୍ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି।
ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସଂଖ୍ୟାଲଘୁ ସେଲ୍ ର ପ୍ରତିନିଧି ତଥା ସମାଜସେବୀ ସଲିମ୍ ରାଜା, ବିଜେଡି ୱାର୍ଡ଼ ସଭାପତି ବଂଶୀଧର ଦଳେଇ, ସୁଜିତ ଭଟ୍ଟାଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ କୋଭିଡ୍ ଯୋଦ୍ଧାଙ୍କୁ ଉତ୍ସାହିତ କରିଥିଲେ।