
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ– ଆତ୍ମନିର୍ଭର କୃଷି ପାଇଁ ଭାରତ ବିକାଶ ପରିଷଦ ତରଫରୁ ସ୍ଥାନୀୟ ବୀରହରେକୃଷ୍ଣପୁର ପଞ୍ଚାୟତରେ ଶତାଧିକ ନଡ଼ିଆ ଚାଷିଙ୍କୁ ଉନ୍ନତ ମାନର ନଡ଼ିଆ ଗୁରା ବଣ୍ଟନ କରାଯାଇଛି ।ଗତ ଫନୀ ବାତ୍ୟା ପ୍ରକୋପରେ ପୁରୀ ଜିଲ୍ଲାର ଅନେକ ସ୍ଥାନରେ ନଡ଼ିଆ ଗଛ ଭାଙ୍ଗିଯାଇଥିବା ବେଳେ ଭାରତ ବିକାଶ ପରିଷଦ ତରଫରୁ ପୁରୀ ଜିଲ୍ଲାରେ ନଡ଼ିଆ ଚାରା ବଣ୍ଟନ କରାଯାଇଚାଷିମାନଙ୍କୁ ତ୍ମନିର୍ଭରଶୀଳ ହେବା ପାଇଁ ପ୍ରୋତ୍ସାହନ କରାଯାଉଅଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟବୀରହରେକୃଷ୍ଣପୁର ପଞ୍ଚାୟତର ଗୋଲାସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ଗୋଲା ସାହି,ନାୟକପଡ଼ା, ମଳିକ ସାହି, ନାଉକେରା ର ଶତାଧିକ ନଡ଼ିଆ ଚାଷିଙ୍କୁ ୫୦୦ରୁ ଉର୍ଦ୍ଧ ନଡ଼ିଆଗଛ ବଣ୍ଟନ କରାଯାଇଥିଲା । ଭାରତ ବିକାଶ ପରିଷଦର ବରିଷ୍ଠ ସଦସ୍ୟ ତଥା ଏହି କାର୍ଯ୍ୟକ୍ରମର ଆବାହକ ପ୍ରଫୁଲ୍ଲ ମିଶ୍ରଙ୍କ ମାର୍ଗ ଦର୍ଶନରେ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ଗୌରାଙ୍ଗ ଚରଣ ମିଶ୍ର, ରାମଚନ୍ଦ୍ର ଦଳାଇ,ସୌମେନ୍ଦ୍ର ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିରଳନା କରିଥିଲେ । ଅଜୟ ପ୍ରଧାନ, ପଞ୍ଚୁ ପ୍ରଧାନ, ସଚ୍ଚିନନ୍ଦନଦାଶ, ଜିତେନ୍ଦ୍ର ପାତ୍ର, ଶକ୍ତି ମିଶ୍ର, ବିଜୟ ପଟ୍ଟନାୟକ, ଉପେନ୍ଦ୍ର ବିଶୋଇ, ବିଚିତ୍ରାନନ୍ଦ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO