
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ବେଳଗୁଣ୍ଠା ଫାଣ୍ଡି ଅଧିନ ଗୋଲା ପଡା ଠାରୁ ମାଟିଆ ସାହି ରାସ୍ତାର ଏକ କାଜୁ ଫ୍ୟାକ୍ଟ୍ରି ନିକଟରେ ଆଜି ଭୋର ୩ଟା ସମୟରେ କିଛି ଯୁବକ ଡକାୟତି ଯୋଜନା କରୁଥିବା ବେଳେ ଫାଣ୍ଡି ଅଧିକାରୀ ପ୍ରକାଶ ଚନ୍ଦ୍ର ସାହୁ ପେଟ୍ରୋଲିଂ କରୁଥିବା ବେଳେ ଖବର ପାଇ ସେହି ସ୍ଥାନରେ ଅଚାନକ ଚଢ଼ାଉ କରିଥିଲେ।ସେଠାରୁ ୬ଜଣ ଯୁବକ ଙ୍କୁ ପୋଲିସ କାବୁ କରିଥିବା ବେଳେ ସେମାନଙ୍କ ଠାରୁ ୩ଟି ବାଇକ,୩ଟି ଖଣ୍ଡା,୨ଟି ହାତ ବୋମା,୨ଟି ଲୁହା ଛଡ଼,୨ଟି ମୋବାଇଲ ଓ ଲଙ୍କାଗୁଣ୍ଡ ପ୍ୟାକେଟ ଜବତ ହୋଇଥିବା ବେଳେ ୨ଜଣ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି।ସମସ୍ତ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।
ଭଞ୍ଜନଗର ରୁ ଜୟକୃଷ୍ଣ ପଟ୍ଟନାୟକଙ୍କ ରିପୋର୍ଟ….
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO