କେନ୍ଦ୍ରାପଡ଼ା – ଡକାୟତି ମାମଲାରେ ପୋଲିସ ଏନକାଉଣ୍ଟର କରିଥିବା ଯୁବକକୁ ସଦର ପୋଲିସ ସୋମବାର ଦିନ କୋର୍ଟ ଚାଲାଣ କରିଛି । ଗତ ୨୮ ତାରିଖ ଦିନ ବିଳମ୍ବିତ ରାତିରେ ଆଳି ଅଂଛଳରୁ ଡକାୟତି କରି କଟକ ଚାନ୍ଦବାଲି ରାସ୍ତା ଦେଇ କେନ୍ଦ୍ରାପଡା ଫେରୁଥିବା ବେଳେ କୌଣସି ସୁତ୍ରରୁ ଖଭର ପାଇ କେନ୍ଦ୍ରାପଡା ଏସପି ନିତି ଶେଖରଙକ ନିଦେ୍ଧର୍ଶରେ ସଦର ପୋଲିସ ଉକ୍ତ ଡକାୟତ ଗ୍ୟାଙ୍ଗକୁ ସ୍ଥାନୀୟ ଗରାପୁର ଭିଜିଲାନ୍ସ କାର୍ଯ୍ୟାଳୟ ନିକଟରେ ଘେରାଉ କରିଥିଲେ । ଏହି ଗ୍ୟାଙ୍ଗରେ ଥିବା ୫ ଜଣଙ୍କ ମଧ୍ୟରୁ ଚାରି ଜଣ ଅନ୍ଧାରର ସୁଯୋଗ ନେଇ ଖସି ପଲାଇବାରେ ସମର୍ଥ ହୋଇଥିବା ବେଳେ ମାର୍ଶାଘାଇ ଥାନା ଜୁଣ ଗ୍ରାମର ହୃଷିକେଶ ମଲ୍ଲିକ ବ୩୨ର୍ଷଙ୍କୁ ପୋଲିସ ଏନକାଉଂଟର କରିଥିଲା । ତାକୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକସôାଳୟରେ ଭର୍ତି କରାଯାଇଥିଲା । ସଦର ପୋଲିସ ଥାନା କେଶ ନଂ- ୨୭୩/୧୯ ଦଫା ୩୫୩,୩୦୨ ,୩୦୭ ,୩୪ ଆଇପିସି ଏବଂ ୨୫ ଓ ୨୭ ଆର୍ମ ଆକ୍ଟରେ ଗିରଫ କରି ଆଜି କୋର୍ଟ ଚାଲା କରିଥିବା ସଦର ଥାନା ଅଧିକାରୀ ପ୍ରମୋଦ କୁମାର ମଲ୍ଲିକ ସୂଚନା ଦେଇଛନ୍ତି ।
Related Stories
November 24, 2024
November 24, 2024