
ରାଉରକେଲା – ରାଜଗାଙ୍ଗପୁର ମହିଳା କଲେଜରେ ଜଣେ ମହିଳା କର୍ମଚାରୀଙ୍କୁ କଲେଜର ଅଧ୍ୟାପକ ଓ ଜଣେ କର୍ମଚାରୀ ଅସଦ ଆଚରଣ ଉଚାରଣ କରିବା ନେଇ ୨୦ତାରିଖରୁ ଥାନାରେ ହୋଇଥିବା ମାମଲାରେ ଆଜି ଯାଏ ପୁଲିସ କାହାକୁ ଗିରଫ କରିନଥିବାରୁ ଆଜି ପୁର୍ବତନ ବିଧାୟକ ଜର୍ଜ ତିର୍କୀ,ରାଜଗାଙ୍ଗପୁର ବିଧାୟକ ସି ଏସ ରାଜନ ଏକ୍କା,କଂଗ୍ରେସ ନେତା ବୀରେନ ସେନାପତି ପ୍ରମୁଖ ଆଜି ଥାନା ସମ୍ମୁଖରେ ୨ଘଂଟା ଧରି ଧାରଣା ଦେଇଛନ୍ତି ।ଏହି ଧାରଣାରେ ଶତାଧିକ ମହିଳା ପୁରୁଷ ସାମିଲ ହୋଇଛନ୍ତି ।ସେମାନେ ଅଭିଯୋଗ କରିଛନ୍ତି ପୁର୍ବତନ ବିଧାୟକ ମଙ୍ଗଳା କିଷାନ ଙ୍କ ସମର୍ଥନ ରହୁଥିବାରୁ ପୁଲିସ ନୀରବ ହୋଇ ବସିଛି ।ଆସନ୍ତା ୧୦ତାରିଖ ଭିତରେ ଯଦି ସେମାନଙ୍କୁ ଗିରଫ କରା ନଯାଏ ତେବେ ୧୧ତାରିଖରେ ରାଜଗାଙ୍ଗପୁର ବନ୍ଦ ପାଳନ ହେବ ବୋଲି ପୁଲିସ କୁ ଚେତାବନୀ ଦିଆଯାଇଛି ।