-
ବିଭିନ୍ନ ମହଲରୁ ସ୍ୱାଗତର ସୁଅ

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶା ତଥା ଗଞ୍ଜାମ ଓ ବ୍ରହ୍ମପୁର ସହରରେ କରୋନା ମହାମାରୀ ସମୟରେ ଦେଖା ଦେଇଥିବା ରକ୍ତ ଅଭାବ ଦୂର କରିବା ପାଇଁ ବିଜେଡି ସୁପ୍ରିମ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା ମୋ ପରିବାର ତରଫରୁ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଗତ କ୍ରାନ୍ତି ଦିବସ ଠାରୁ ଅଗଷ୍ଟ ୧୫ପର୍ଯ୍ୟନ୍ତ ୭ଦିନ ବ୍ୟାପି ଆୟୋଜିତ ରକ୍ତଦାନ ଶିବିରରେ ୩୫୪ୟୁନିଟ୍ ରକ୍ତ ସଂଗୃହିତ ହୋଇଛି । କୋଭିଡ-୧୯ ନିୟମ ପାଳନ ସହ ସାମାଜିକ ଦୂରତା ରକ୍ଷାକରି ରାଜ୍ୟ ବିଜେଡିର ସାଧାରଣ ସମ୍ପାଦକ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ଆହ୍ୱାନକ୍ରମେ ଅଯୋଧ୍ୟାନଗରସ୍ଥିତ ପ୍ରାପ୍ତି କଲ୍ୟାଣ ମଣ୍ଡପ ପରିସରରେ ସ୍ୱତନ୍ତ୍ର ଶୀତତାପ ନିୟନ୍ତ୍ରିତ କୋଠାରେ ଏହି ୭ଦିନିଆ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି ଭାଇ), ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଓଡ଼ିଶା ମୋ ପରିବାରର ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ବିଧାୟକ ଦେବୀପ୍ରସାଦ ମିଶ୍ର, ସଂଯୋଜକ ଅରୁପ ପଟ୍ଟନାୟକ, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଜିଲ୍ଲା ବିଜେଡି ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ପ୍ରମୁଖ ଯୋଗଦେଇ ଗଞ୍ଜାମ ଜିଲ୍ଲାରେ କରୋନା ମହାମାରୀ ସମୟରେ ସୃଷ୍ଟି ହୋଇଥିବା ରକ୍ତର ଅଭାବକୁ ଦୂର କରିବା ପାଇଁ ବିଧାୟକ ଶ୍ରୀ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳ କରିଥିବା ପ୍ରତ୍ୟେକ କର୍ଯ୍ୟକର୍ତ୍ତା ଓ ରକ୍ତଦାତାଙ୍କୁ ପ୍ରଶଂସା କରିଥିଲେ । ଦୃଢ଼ ଆତ୍ମବିଶ୍ୱାସ ସହ ଗଞ୍ଜାମବାସୀ କରୋନା ସହ ଲଢ଼େଇକରି ରାଜ୍ୟବାସୀଙ୍କ ପାଇଁ ଉଦାହରଣ କରିଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ । କରୋନା ସହ ଲଢ଼େଇରେ ଗଞ୍ଜାମ ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ଦୃଷ୍ଟି ଦେଇଥିବାରୁ ବିଧାୟକ ଶ୍ରୀ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବାସହ କୃତଜ୍ଞତା ଜ୍ଞାପନ କରିଛନ୍ତି । ଆଗାମୀଦିନରେ ଓଡ଼ିଶା ମୋ ପରିବାର ତରଫରୁ ଜନସାଧାରଣଙ୍କ ପ୍ରତ୍ୟେକ ସୁବିଧା ଅସୁବିଧାରେ ସାମିଲ୍ ହେବାପାଇଁ ବିଧାୟକ ଶ୍ରୀ ପଣ୍ଡା ସଙ୍ଗଠନର ସଦସ୍ୟମାନଙ୍କୁ ଆହ୍ୱାନ କରିଥିଲେ । ସପ୍ତାହ ବ୍ୟାପି କାର୍ଯ୍ୟକ୍ରମକୁ ଜିଲ୍ଲା ସଂଯୋଜକ ସୁବାଷ ମହାରଣା, ମହିଳା ବିଜେଡି ସଭାନେତ୍ରୀ ସଂଘମିତ୍ରା ଦଳାଇ, ତୁମ୍ବନାଥ ପଣ୍ଡା, ସଞ୍ଜିତ ପାଣିଗ୍ରାହୀ, ଜଗନ୍ନାଥ ସାବତ, ଅନିଲ ସାହୁ, ମଦନମୋହନ ଦଳାଇ, ବିଜୟ ସାମଲ, ବି.ଶ୍ରୀନିବାସ ରାଓ, ଅଜିତ ପଣ୍ଡା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO