-
ବିଦ୍ୟୁତ ବିଭାଗ କର୍ମଚାରୀମାନଙ୍କର ସମସ୍ୟା ଗୁଡ଼ିକର ସମାଧାନ ପାଇଁ ଦାବୀ,
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,ଆମ୍ଭେ ସେସୁ ମିଟର ରିଡ଼ିଙ୍ଗ୍ ଓ ବିଲ୍ କଲେସନ କର୍ମଚାରୀ ସଂଘର ସଦସ୍ୟ ଅଟୁ । ଓଡ଼ିଶା ଭଳି ବିକସିତ ରାଜ୍ୟରେ ଆମ ପ୍ରିୟ ମୂଖ୍ୟମନ୍ତ୍ରୀଙ୍କ ଦ୍ବାରା ନିଆଯାଉଥିବା କାର୍ଯ୍ୟକ୍ରମ ଗୁଡ଼ିକ ଓଡ଼ିଶାକୁ ବିଶ୍ଵ ଦରବାରରେ ସ୍ୱତନ୍ତ୍ର ପରିଚୟ ଦେଉଛି । Covid. – 19 ସମୟରେ ରାଜ୍ୟ ସରକାରଙ୍କ ଦ୍ବାରା ନିଆଯାଉଥିବା ପଦକ୍ଷେପ ପ୍ରଶଂସନୀୟ କିନ୍ତୁ ଦୁଃଖର ବିଷୟ ପୁରୀ ବିଦ୍ୟୁତ ବିଭାଗରେ ଓଡ଼ିଶା ସରକାରଙ୍କ ଦ୍ବାରା ଦିଆଯାଉଥିବା ଆଦେଶ ଗୁଡ଼ିକ କାର୍ଯ୍ୟକାରି ହେଉନାହିଁ । ମୂଖ୍ୟମନ୍ତ୍ରୀଙ୍କର ଆଦେଶକୁ ମଧ୍ୟ ପୁରୀ ବିଦ୍ୟୁତ ବିଭାଗ ଅଧିକାରୀ ମାନୁ ନାହାନ୍ତି ଏବଂ ପୁରୀ ଜିଲ୍ଲାରେ ଥିବା ଜିଲ୍ଲା ଶ୍ରମ ଅଫିସ ମଧ୍ୟ କର୍ମଚାରୀମାନଙ୍କ କାର୍ଯ୍ୟରେ ଆସୁ ନାହିଁ । ପୁରୀ ବିଦ୍ୟୁତ ବିଭାଗରେ କାର୍ଯ୍ୟ କରୁଥିବା ଶତାଧିକ କର୍ମଚାରୀ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ ହେବ ବିଭିନ୍ନ ଘରୋଇ କମ୍ପାନୀମାନଙ୍କ ମଧ୍ୟରେ କାର୍ଯ୍ୟକରି ଆସୁଥିବା ବେଳେ ଏହି କମ୍ପାନୀମାନେ କର୍ମଚାରୀମାନଙ୍କୁ ଶୋଷଣ କରି ମାଲାମାଲ ହେଉଥିବା ବେଳେ କର୍ମଚାରୀମାନଙ୍କର ପରିସ୍ଥିତି ଜଟିଳ ହୋଇପଡ଼ିଛି । କର୍ମଚାରୀମାନଙ୍କର ସମସ୍ୟା ଗୁଡ଼ିକ ହେଲା –
୧-ସେସୁ ବିକ୍ରି ହୋଇ TPCODL ହେବା ପରେ ୩୦.୦୬.୨ ୦ ୨୦ ପର୍ଯ୍ୟନ୍ତ କାର୍ଯ୍ୟ କରି ଛଟେଇ ହୋଇଥିବା ସମସ୍ତ କର୍ମଚାରୀମାନଙ୍କୁ ନିଯୁକ୍ତି ଦିଆଯାଇ ନଥିବା ବେଳେ ୮୦ ରୁ ଉର୍ଦ୍ଧ ବାହାର ଲୋକଙ୍କୁ ନିଯୁକ୍ତି ଦିଆଯାଇଛି । ତେଣୁ ଏଥିରେ ଟଙ୍କା କାରବାର ହେଉଥିବାର ଆମର ସନ୍ଦେହ ହେଉଛି । ଏହାର ତଦନ୍ତ କରାଯିବା ସହିତ ନିଯୁକ୍ତି ପାଇନଥିବା କର୍ମଚାରୀମାନଙ୍କୁ ତୁରନ୍ତ ନିଯୁକ୍ତ ଦିଆଯାଉ ।
୨ -FEDCO ଓ ତାଦ୍ବାରା ପରିଚାଳିତ ବିଭିନ୍ନ କମ୍ପାନୀମାନେ କର୍ମଚାରୀମାନଙ୍କର ଦରମା, EPF ଟଙ୍କା, ତେଲ ଟଙ୍କା ଏବଂ କମ୍ପାନୀସେସନ ନ ଦେଇ ୩୦.୦୬.୨୦ ୨୦ ରିଖରୁ ଛାଡ଼ି ଚାଲି ଯାଇଛନ୍ତି । ଯାହାଫଳରେ Covid-19 ଭଳି ମାହାମାରି ସମୟରେ କର୍ମଚାରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇ ପରିବାର ପ୍ରତିପୋଷଣ କରୁଛନ୍ତି ।
୩- ଫନି ଭଳି ମହାବାତ୍ୟା ସମୟରେ ବିଦ୍ୟୁତ କର୍ମଚାରୀମାନଙ୍କ ପାଇଁ ଆମର ପ୍ରିୟ ମୂଖ୍ୟମନ୍ତ୍ରୀଙ୍କ ଦ୍ଵାରା ଘୋଷଣା କରାଯାଇଥିବା ଦୈନିକ ମଜୁରି ବାବଦରେ ୫୫୫ ଟଙ୍କା ଖାଦ୍ୟପେୟ ନିମନ୍ତେ ୧୫୦ ଟଙ୍କା ଆଜି ପର୍ଯ୍ୟନ୍ତ ମିଳିନାହିଁ କିମ୍ବା over time ଟଙ୍କା ମିଳିନାହିଁ ।
୪- FEDCO ଆସିବା ପୂର୍ବରୁ Bajeni Multi Propose Co-op. Society ଓ Pali Bikas Pratisthan ନାମରେ ଦୁଇଟି ସଂସ୍ଥା ସାକ୍ଷୀଗୋପାଳ ଓ ବ୍ରହ୍ମଗିରିରେ ଶତାଧୂକ ବିଦ୍ୟୁତ କର୍ମଚାରୀଙ୍କ ଠାରୁ ଜମାରାଶି ବାବଦରେ ୧୦ ହଜାର ଟଙ୍କା ଲେଖାଏଁ ଏବଂ ୫ ମାସର ଦରମା ନ ଦେଇ ଛାଡ଼ି ଚାଲି ଯାଇଛନ୍ତି ।
ସେସୁ ମିଟର ରିଡ଼ିଙ୍ଗ୍ ଓ ବିଲ୍ କଲେସନ କର୍ମଚାରୀ ସଂଘର ଉପ ସଭାପତି ଶ୍ରୀକାନ୍ତ ପରିଡା , ସମ୍ପାଦକ ନୃସିଂହ ଚରଣ ଦାସ, ସନ୍ତୋଷ କୁମାର ମିଶ୍ର, ଦେବବ୍ରତ ନାୟକ, ଶରତ ଚନ୍ଦ୍ର ପ୍ରଧାନ, ପ୍ରମୋଦ କୁମାର ଚୌଧୁରୀଙ୍କ ସହିତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ଲିଖିତରେ ଦାବୀ ଜଣାଇବା ସହିତ ଅନୁରୋଧ କରିଛନ୍ତି କି ମୁଖ୍ୟମନ୍ତ୍ରୀ ଏହି ଦରଖାସ୍ତଟି ର ବିଚାରକରି କର୍ମଚାରୀମାନଙ୍କର ବକେୟା ଟଙ୍କା ଏବଂ ରହିଯାଇଥିବା କର୍ମଚାରୀକୁ ପୁନଃ ନିଯୁକ୍ତି ଦବାରେ ସାହାଯ୍ୟ କରିବା ସହିତ ପୁରୀ ବିଦ୍ୟୁତ ବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ନ୍ୟାୟ ପ୍ରଦାନ କଲେ ପୁରୀର ସମସ୍ତ ବିଦ୍ୟୁତ କର୍ମଚାରୀ ଉପକୃତ ହେବେ ବୋଲି ଓଡ଼ିଶାର ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ପୁରୀ ଜିଲ୍ଲାପାଳଙ୍କ ଜରିଆରେ ଦାବୀ ପତ୍ର ପ୍ରଦାନ କରାଯାଇଛି |