
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ରବିବାର ଅପରାହ୍ନ ୫ ଘଂଟିକା ସମୟରେ ସ୍ଥାନୀୟ ଗୋୟେଙ୍କା ଧର୍ମଶାଳା ସମ୍ମୁଖରେ ସ୍ବଦେଶୀ ଜାଗରଣ ମଞ୍ଚ ପୁରୀଜିଲ୍ଲା ସଂଯୋଜକ ପ୍ରଶାନ୍ତ କୁମାର ଭୂୟାଁ ଙ୍କ ନେତୃତ୍ୱରେ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |ଅଖିଳ ଭାରତୀୟ ସ୍ତରରେ ସ୍ବଦେଶୀ ଜାଗରଣ ମଞ୍ଚ ଦୀର୍ଘ ୭୮ ବର୍ଷର ଅଗଷ୍ଟ କ୍ରାନ୍ତି ଦିବସ ପାଳନ ଅବସରରେ ଏକ ବିଶାଳ ସ୍ବଦେଶୀ ଆନ୍ଦୋଳନର ଆହ୍ୱାନ ଦେଇଥିବା ପରିପ୍ରେକ୍ଷୀରେ ପୁରୀଜିଲ୍ଲା ସ୍ବଦେଶୀ ଜାଗରଣ ମଞ୍ଚର ଅଗଷ୍ଟ କ୍ରାନ୍ତି ଦିବସ କାର୍ଯ୍ୟକ୍ରମର ସଂଯୋଜକ ବିଜୟ କୁମାର ପଟ୍ଟନାୟକଙ୍କ ସଂଯୋଜନାରେ ସାଂପ୍ରତିକ ସାମାଜିକ ଦୂରତା ନିୟମକୁ ମାନି, ମାସ୍କ ପିନ୍ଧି ମଞ୍ଚର କାର୍ଯ୍ୟକର୍ତ୍ତା ମାନେ ସ୍ବଦେଶୀ ସମ୍ପର୍କିତ ତଥା ଚାଇନା କମ୍ପାନୀ ଭାରତ ଛାଡ, ବିଦେଶୀ କମ୍ପାନୀ ଭାରତ ଛାଡ଼ ଲେଖାଥିବା ପ୍ଲାକାର୍ଡ଼ ଧରି ସଚେତନ କରିଥିଲେ |ଉପସ୍ଥିତ କାର୍ଯ୍ୟକର୍ତ୍ତା ଓ ଜନସାଧାରଣ ଙ୍କ ଉଦେଶ୍ୟରେ ପ୍ରାନ୍ତ ସଂଘର୍ଷ ବାହିନୀ ପ୍ରମୁଖ ସଚ୍ଚିନନ୍ଦନ ଦାଶ ଆହ୍ୱାନ ଦେଇ କହିଥିଲେ ଯେ ଆଜକୁ ୭୮ ବର୍ଷ ତଳେ ଇଂରେଜ ଭାରତ ଛାଡ଼ ଯେପରି ସମଗ୍ର ଭାରତୀୟ ମାନଙ୍କୁ ପ୍ରଭାବିତ କରିଥିଲେ ଓ ଇଂରେଜ ବାଧ୍ୟ ବାଧ୍ୟ୍ୟକତା ରେ ଭାରତ ଛାଡିବାରୁ ଆମକୁ ସ୍ୱାଧୀନତା ମିଳିଥିଲା ଆଜି ଠିକ ସେହି ପ୍ରସଙ୍ଗର ଦୋହରି କରଣ ଦେଖିବାକୁ ମିଳୁଛି |ଆଜି ଚାଇନା କମ୍ପାନୀ ହେଉ ଅବା ଅନ୍ୟ ବିଦେଶୀ କମ୍ପାନୀ କେବଳ ଆମକୁ ଶୋଷଣ କରି ଆମ ଅର୍ଥରେ ସେମାନେ ସମୃଦ୍ଧ ହେଉଛନ୍ତି |
ଏଥିପାଇଁ ଆମକୁ ସ୍ବଦେଶୀ ତଥା ସ୍ଥାନୀୟ ଉତ୍ପାତ ବ୍ୟବହାର କରି ଆମ ଦେଶର ଅର୍ଥନୀତିକୁ ସ୍ୱାବଲମ୍ବନ କରିବାକୁ ପଡିବ |ଅନୁ ଚାଇନା କମ୍ପାନୀ ଭାରତ ଛାଡ଼, ବିଦେଶୀ କମ୍ପାନୀ ଭାରତ ଛାଡ଼ ଏହାକୁ ଜନ ଜନ ମଧ୍ୟରେ ସଚେତନ କରିବାକୁ ହେବ |ଜିଲ୍ଲା ସଂଯୋଜକ ପ୍ରଶାନ୍ତ କୁମାର ଭୂୟାଁ ଚାଇନା ଆମର ଶତ୍ରୁ ମିତ୍ର ନୁହେଁ ଏକଥା ମାନି ଚାଇନା ଜିନିଷ ବର୍ଜନ କରିବାକୁ ହେବ ବୋଲି ଆହ୍ୱାନ ଦେଇଥିଲେ |କାର୍ଯ୍ୟକ୍ରମରେ ବିଶ୍ୱନାଥ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ମିଶ୍ର, ଜଗନ୍ନାଥ ମିଶ୍ର, ଉପେନ୍ଦ୍ର ବିଶୋଇ, ଲଷ୍ମୀପ୍ରିୟା ସାହୁ, କବିତା ପ୍ରଧାନ, ଅଶୋକ ଦାଶ, ଅଜୟ ଦାସ, ଜଗନ୍ନାଥ ଷଡ଼ଙ୍ଗୀ, ବିଭୂ ପଟ୍ଟନାୟକ, ସୁଦର୍ଶନ ରାଉତ, ସହଯୋଗ କରିଥିବାବେଳେ ବିଚିତ୍ରା ନନ୍ଦ ସାହୁ ଧନ୍ୟବାଦ ଦେଇଥିଲେ |ସ୍ବଦେଶୀ ଜାଗରଣ ମଞ୍ଚର ପୁରୀଜିଲ୍ଲା ସଂଯୋଜକ ପ୍ରଶାନ୍ତ କୁମାର ଭୂୟାଁ ଏହି ସୂଚନା ପ୍ରଦାନ କରିଛନ୍ତି |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO