
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,କରୋନା ମହାମାରୀ ଆଳରେ ମୋଦୀ ସରକାର ଗଣତାନ୍ତ୍ରିକ ଵିଧି ବ୍ୟବସ୍ଥା କୁ ଜଳାଞ୍ଜଳି ଦେଇ ପାର୍ଲାମେଣ୍ଟର ଅଗୋଚରରେ ପ୍ରତିଷ୍ଠିତ ଶ୍ରମ ଆଇନକୁ ଅତ୍ୟାବଶ୍ୟକୀୟ ପଣ୍ୟ ଆଇନକୁ ଅଧ୍ୟାଦେଶ ଦ୍ୱାରା ପରିବର୍ତ୍ତନ କରି କୃଷକ ମାନଙ୍କ ବିରୋଧି ଠିକା ଚାଷୀ ଅଧ୍ୟାଦେଶ ଆଇନ ଆଣିଛନ୍ତି |ଫଳରେ ଭାରତ ବର୍ଷରେ ଶ୍ରମଜୀବୀ ଲୋକେ ଓ ଚାଷୀ କ୍ଷତିଗ୍ରସ୍ତ ହେବେ |କରୋନା ରେ ମୋଟ ବୟାଳିଶ କୋଟି ଲୋକେ ଜୀବିକା ହରାଇଛନ୍ତି |ମନରେଗାରେ ୨୦୦ ଦିନ କାମ ଓ ୬୦୦ ଟଙ୍କା ମଜୁରୀ ଦାବୀ ହୋଇଛି |ଖାଦ୍ୟ ଗୋଦାମରେ ୭୭ ଲକ୍ଷ ମେଟ୍ରିକ ଟନ ଖାଦ୍ୟ ଶଷ୍ୟ ପଡିରହିଥିବା ବେଳେ ଆୟକର ସୀମା ବାହାରେ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାସିକ ୧୦ କିଲୋ ଚାଉଳ ଓ ୭୫୦୦ ଟଙ୍କା ୬ ମାସ ଦେବାକୁ କେନ୍ଦ୍ର ସରକାର ନାରାଜ |ବିଗତ ୩ ମାସରେ କର୍ପୋରେଟ ସଂସ୍ଥା ମାନଙ୍କୁ ୬୭୦୦୦ କୋଟି ଟଙ୍କା ଛାଡ କଲେ |ରେଳ, ବନ୍ଦର, ବ୍ୟାଙ୍କ, ବୀମା, ଜଙ୍ଗଲ, ଖଣି ଘରୋଇ ହାତରେ ଟେକି ଦେବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି |ସମସ୍ତଙ୍କୁ ମାଗଣାରେ କୋଭିଡ ଟେଷ୍ଟ କରାଯାଉନି |ଲକଡାଉନ ଓ ସଟଡାଉନ କରି ଲୋକଙ୍କ ଜୀବିକା ବିପନ୍ନ କରି ସରକାରୀ ଖଜଣାକୁ କେବଳ ଲୁଟ ହେଉଛି |ପେଟ୍ରୋଲ ଡିଜେଲ ଦାମ ବଢ଼ାଇ କମ୍ପାନୀ ମାନଙ୍କୁ ହରିଲୁଟ ର ସୁଯୋଗ ଦେଇ ପ୍ରତାରଣାରେ ସମସ୍ତ ଜିନିଷ ପତ୍ର ଦାମ ବଢ଼ାଇ ଚାଲିଛନ୍ତି ସରକାର |ସମସ୍ତ ପଣ୍ୟର ଦର ନିର୍ଦ୍ଧାରଣ କରିବା କ୍ଷମତା ବ୍ୟବସାୟୀଙ୍କ ହାତରେ ମୋଦୀ ସରକାର ଟେକିଦେଲେ |ଏହା ବିରୁଦ୍ଧରେ ଆଉଏକ କର୍ପୋରେଟ ଭାରତ ଛାଡ଼ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେବାକୁ CITU ଓ AITUC ର ନେତୃ ବୃନ୍ଦ ଆହ୍ୱାନ ଦେଇଛନ୍ତି |ଆଜି ପୁରୀରେ ଏହାର ପ୍ରତିବାଦ କରି ଗୁଣ୍ଡିଚା ମନ୍ଦିର ରାସ୍ତା ପାର୍ଶ୍ୱରେ ପଥପ୍ରାନ୍ତରେ ପ୍ଲାକାର୍ଡ଼ ଧରି ମୋଦୀ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦିଆଯାଇଥିଲା |ଏଥିରେ ଜଗନ୍ନାଥ ଦେଓ, ଶରତ କୁମାର ରାୟଗୁରୁ, ବ୍ରଜବନ୍ଧୁ ପ୍ରଧାନ, ପ୍ରଦୀପ ମହାନ୍ତି, ଟୁନା ନାୟକ, ଗୋବିନ୍ଦ ମାଝୀ, ପୂର୍ଣ୍ଣ ଚନ୍ଦ୍ର ମୁଦୁଲି, ମନୋରଞ୍ଜନ ମହାରଣା, ବିଭୁତି ରାଉତରାୟ, ଜ୍ୟୋତି ପ୍ରକାଶ ନାୟକ, ପ୍ରମୋଦ ମହାନ୍ତି ପ୍ରମୁଖ ନେତୃତ୍ୱ ନେଇଥିଲେ |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO