
ଭୁବନେଶ୍ୱର – ହୀରାକୁଦ ଜଳ ଭଣ୍ଡାରରେ ଗତକାଲି ୧୬ଟି ଗେଟ୍ ଖୋଲା ଯାଇଥିବା ବେଳେ ସୋମବାର ଆଉ ୪ଟି ଗେଟ୍ ଖୋଲାଯାଇଛି । ବର୍ତମାନ ଜଳ ଭଣ୍ଡାରର ଜଳପତନ ୬୩୦ ଫୁଟ୍ ରହିଛି । ପ୍ରତି ସେକେଣ୍ଡରେ ୩ ଲକ୍ଷ ୪୫ ହଜାର ୩୮୬ ଘନଫୁଟ ପାଣି ପ୍ରବେଶ କରୁଥିବା ବେଳେ ସମାନ ଅନୁପାତରେ ଜଳ ନିଷ୍କାସିତ ହେଉଛି । ହୀରାକୁଦର ତଳମୁଣ୍ଡ ଖଇରାମାଳ ଠାରେ ପ୍ରତିସେକେଣ୍ଡରେ ୪ ଲକ୍ଷ ୫୪ ହଜାର ଘନଫୁଟ ଜଳ ନିଷ୍କାସିତ ହେଉଥିବା ବେଳେ ବରମୁଳ ଠାରେ ୩ ଲକ୍ଷ ୨୩ ହଜାର ୨୫୦ ଘନଫୁଟ ଜଳ ଏବଂ ମୁଣ୍ଡଳୀ ଠାରେ ୩ ଲକ୍ଷ ୬୩ ହଜାର ଘନଫୁଟ .ଜଳ ପ୍ରବାହିତ ହେଉଛି ବୋଲି ଜଳ ।ସମ୍ପଦ ବିଭାଗ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ଜଣାପଡିଛି ।