
ବେଲଗୁଣ୍ଠା-ରାଜ୍ୟରେ ସାଂପ୍ରତିକ ପରିସ୍ଥିତିରେ କରୋନା ମୁକାବିଲା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇଥିବା ବେଳେ ଆୟୁଷ ଡାକ୍ତର ମାନେ ଆଗଧାଡିରେ ଠିଆ ହୋଇ ଜନସାଧାରଣଙ୍କ ପାଇଁ ବରଦାନ ସଦୃଶ୍ୟ ସେବା ପ୍ରଦାନ କରୁଛନ୍ତି ।କିନ୍ତୁ ରାଜ୍ୟ ସରକାର ଆରମ୍ଭରୁ ତାଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରିଆସୁଥିବା ରାଜ୍ୟ ଆର୍.ବି.ଏସ୍.କେ ଆୟୁଷ ଡାକ୍ତର ସଂଘ ଅଭିଯୋଗ କରିଛନ୍ତି ।ଏନେଇ ଆଠ ଦଫା ଦାବି ନେଇ ଜୁଲାଇ ୨୦ ତାରିଖରେ ବିଭାଗୀୟ ସଚିବ ତଥା ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକାଙ୍କୁ ଚିଠି ଆକାରରେ ସଂଘ ତରଫରୁ ଦାବି ଉପସ୍ଥାପନ କରାଯାଇଥିଲା । ଆୟୁଷ ଡାକ୍ତର ଙ୍କୁ କରୋନା ଯୋଦ୍ଧା ର ମାନ୍ୟତା ପ୍ରଦାନ,ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଘୋଷିତ ସମସ୍ତ ସୁବିଧା ପ୍ରଦାନ,ଆୟୁଷ ବିଭାଗ ଅନ୍ତର୍ଗତ ଔଷଧ ଲେଖିବାର ଅନୁମତି ,ଅଙ୍ଗନବାଡି ଓ ବିଦ୍ୟାଳୟ ରେ ଶିକ୍ଷାର୍ଥୀ ଙ୍କୁ ହୋମିଓପ୍ୟାଥିକ/ଆୟୁର୍ବେଦିକ ଔଷଧ ପ୍ରଦାନ ,ଜିଲ୍ଲା ଏବଂ ରାଜ୍ୟ ସ୍ତରୀୟ ତାଲିମ ଓ ଚାକିରୀ ସ୍ଥାୟିକରିବା ସହ ମାସିକ ପାରିଶ୍ରମିକ ୫୦୦୦୦ ଟଙ୍କା କୁ ବୃଦ୍ଧି ଆଦି ବିଭିନ୍ନ ଦାବି ନେଇ ଆର ବି ଏସ କେ ଆୟୁଷ ଡାକ୍ତର ମାନେ ୫/୮/୨୦ ଠାରୁ କଳା ବ୍ୟାଚ ପିନ୍ଧି କାର୍ଯ୍ୟ କରିବେ ବୋଲି ସଂଘ ପକ୍ଷ ରୁ ନିଷ୍ପତି ନିଆ ଯାଇଛି। ଆୟୁଷ ଡାକ୍ତର ସଂଘ,ଓଡିଶା ପକ୍ଷ ରୁ କ୍ଷୋଭ ର ସହ ପ୍ରକାଶ କରାଯାଇଛି ଯେ ତୃଣମୂଳ ସ୍ତର ରେ କରୋନା ମୁକାବିଲା ପାଇଁ ନିଯୁକ୍ତ ଆୟୁଷ ଡାକ୍ତର ମାନେ ଚରମ ଅବହେଳା ର ଶିକାର ହୋଇଛନ୍ତି। ବାରମ୍ବାର ବିଭାଗୀୟ ସଚିବ ତଥା ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଙ୍କ ଦୃଷ୍ଟି ଆକର୍ଷଣ ପରେ ବି ଫଳ ଶୁନ। ଦିନରାତି କାମ କଲା ପରେ ବି ସେମାନଙ୍କୁ କୌଣସି ସୁବିଧା ସୁଯୋଗ କିମ୍ଵା କାମର ଶ୍ରେୟ ମିଳୁନାହିଁ।ପୋଲିସ,ସାମ୍ବାଦିକ, ଅଶକର୍ମୀ,ଅଙ୍ଗନବାଡି କର୍ମୀ ଓ ଶିକ୍ଷକ ମାନଙ୍କୁ କରୋନା ଯୋଦ୍ଧା ର ମାନ୍ୟତା ମିଳିଛି ହେଲେ ରୋଗୀ ଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସି ସେମାନ ଙ୍କ ଚିକିତ୍ସା କରୁଥିବା ଆୟୁଷ ଡାକ୍ତର ମାନେ ଏଥିରୁ ବଂଚିତ ଅଛନ୍ତି।ଆୟୁଷ ଡାକ୍ତର ମାନେ ସରକାର ଙ୍କ ସବୁ ନିୟମ ମାନି କାମ କରିବା ସତ୍ତ୍ୱେ କିଛି ଡାକ୍ତର କରୋନା ରେ ଆକ୍ରାନ୍ତ ହୋଇଛନ୍ତି।କ୍ୱାରେଣ୍ଟାଇନ୍ ସେଣ୍ଟରରେ କାର୍ଯ୍ୟ କରିବାଠାରୁ ଆରମ୍ଭ କରି ଘର ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ, କୋଭିଡ କେୟାର ହସପିଟାଲରେ ଆକ୍ରାନ୍ତଙ୍କ ଚିକିତ୍ସା ପର୍ଯ୍ୟନ୍ତ ଆୟୁଷ ଡାକ୍ତରଙ୍କ ଭୁମିକା କରୋନା ମୁକାବିଲା ରେ ଗୁରୁତ୍ୱପୂର୍ଣ୍ଣ ।କିନ୍ତୁକରୋନା ମୁକାବିଲା ରେ ସବୁଠୁ ଅଧିକ କାମ କରୁଥିବା ଏହି ଡାକ୍ତର ମାନଙ୍କ ପ୍ରତି ସରକାର ଙ୍କ ବୈମାତୃକ ମନୋଭାବ ଏକ ବୃହତ ଚିନ୍ତା ର ବିଷୟ।ନିଜ ପ୍ରତି ହୋଇଥିବା ଏ ସବୁ ଅବହେଳା ର ପ୍ରତିବାଦ ସ୍ବରୂପ ଆର ବି ଏସ କେ ଡାକ୍ତର ସଂଘ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଭାଗୀୟ ଅଧିକାରୀ ଙ୍କୁ ସ୍ମାରକ ପତ୍ର ପ୍ରଦାନ ସହ ଆଜିଠୁ କଳା ବ୍ୟାଚ ପରିଧାନ ପୂର୍ବକ ନିଜ ଦାୟତ୍ୱ ସମ୍ପାଦନ ପାଇଁ ନିଷ୍ପତ୍ତି ନିଆ ଯାଇଛି। ଏହି ପରିପ୍ରେକ୍ଷୀରେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟରତ ଆୟୁଷ ଡାକ୍ତର ଡାଃ ଜ୍ଞାନ ରଞ୍ଜନ ମହାପାତ୍ର, ଡାଃ ସୃତିବିଜିତା ରଥ,ଡାଃ ଜଗନ୍ନାଥ ପତି ସଂଘ ନିଷ୍ପତ୍ତିକୁ ସମର୍ଥନ କରି ଆଜି ଠାରୁ କଳା ବ୍ୟାଚ୍ ପିନ୍ଧି କାର୍ଯ୍ୟ ରେ ଯୋଗଦେଇଛନ୍ତି ।ସରକାର ନିଶ୍ଚିତ ଭାବରେ ସେମାନଙ୍କ ଦାବି ପୁରଣ କରିବା ସହ ଆୟୁଷ ଡାକ୍ତର ମାନଙ୍କୁ ମଧ୍ୟ ଆଗଧାଡିର କରୋନା ଯୋଦ୍ଧା ମାନ୍ୟତା ଦେଇ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରିବେ ବୋଲି ଆଶାବାଦୀ ଅଛନ୍ତି ।
ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO