
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଓ ବିଚାର ପରିବାର,ପଥୁରିଆ ସାହି, ପୁରୀ ର ସଂଯୋଜନରେ ଶ୍ରୀରାମ ମନ୍ଦିର ନିର୍ମାଣ ଶିଳାନ୍ୟାଶ ଅବସରରେ ଭବ୍ୟ ରାମ ମନ୍ଦିର ଶୀଘ୍ର ପ୍ରତିଷ୍ଠା ପ୍ରାର୍ଥନା କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସିଂହଦ୍ୱାର ନିକଟରେ ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲ ।ଦୀର୍ଘ ୫୧୯ ବର୍ଷ ସଂଘର୍ଷ ଓ ଅନେକ ଶ୍ରୀରାମ ଭକ୍ତଙ୍କ ବଳିଦାନର ଫଳ ସ୍ୱରୂପ ଆଜି କୋଟି ହିନ୍ଦୁମାନଙ୍କର ଅନନ୍ୟ ଆସ୍ଥା କେନ୍ଦ୍ର ଅଯୋଧାରେ ଆଜି ମହାପ୍ରଭୁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଭବ୍ୟ ଶ୍ରୀରାମ ମନ୍ଦିରର ଶିଳାନ୍ୟାସ ମହୋତ୍ସବ । ଏହି ଅବସରରେ ସାରା ପୃଥିବୀ ପୃଷ୍ଠରେ ଅସଂଖ୍ୟ ପ୍ରଭୂ ଶ୍ରୀରାମ ଭକ୍ତମାନଙ୍କ ପାଇଁ କେବଳ ଉତ୍ସବର ମୁହୂର୍ତ୍ତ ନୁହେଁ, ଏକ ଐତିହାସିକ ଦିନ । ଏହି ପବିତ୍ର ଦିବସର ମୂକସାକ୍ଷୀ ଭାବେ ପୁରୀ ସହରବାସୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଚରଣରେ ଦୀପ ନୈବେଦ୍ୟ ଅର୍ପଣ କରି ହୃଦୟର ଭାବ ଓ ଖୁସି ବ୍ୟକ୍ତ କରିଛନ୍ତି । ଶ୍ରୀ ରାମ ଲଲାଙ୍କ ମନ୍ଦିର ନିର୍ମାଣ ଆନ୍ଦୋଳନରେ ପ୍ରାଣବଳୀ ଦେଇଥିବା ପୂଣ୍ୟତ୍ମାଙ୍କ ସଂକଳ୍ପ ସାକାର ରୂପ ନେଇଛି । ଆସ୍ଥା, ଅସ୍ତିତ୍ଵ ଓ ସଂସ୍କୃତିର ପ୍ରତିକ ଶ୍ରୀରାମ ମନ୍ଦିର ନିର୍ମାଣ ଆଉ ସ୍ବପ୍ନ ହୋଇ ରହିନାହିଁ, ସଂକଳ୍ପର ଶୁଭାରମ୍ଭ ହୋଇଛି ।
ଏହି ଅବସରରେ ରାଷ୍ଟ୍ରୀୟ ସ୍ବୟସେବକ ସଂଘ ତଥା ବୀବିଧ କ୍ଷେତ୍ରର ଆବାହନରେ ଏହି ଦୀପ ନୈବେଦ୍ୟ ଅର୍ପଣ ପ୍ରାର୍ଥନା କାର୍ଯ୍ୟକ୍ରମରେ ସଂଘ ଜିଲ୍ଲା ସଙ୍ଘରଳକ ମନୋରଂଜନ ସାହି, ବାମଦେବ ନାୟକ, ସର୍ବେଶ୍ୱର ବିଶୋଇ, ଜଗନ୍ନାଥ ପାଳ, ବିଶ୍ବହିନ୍ଦୁ ।ପରିଷଦର ସତ୍ୟନାରାୟଣ ଦାଶ, ନାରାୟଣ ଦାଶ, ଭାରତ ବିକାଶ ପରିଷଦ ର ରାଷ୍ଟ୍ରୀୟ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ପ୍ରାନ୍ତ ସମ୍ପାଦକ ସୌମେନ୍ଦ୍ର ଦାସ, ସ୍ୱଦେଶୀ ଜାଗରଣ ମଞ୍ଚର ସଚ୍ଚିନନ୍ଦନ ଦାଶ, ପ୍ରଶାନ୍ତ ଭୂୟାଁ, ସଂସ୍କାର ଭାରତୀ ର ବିକାଶ ଦତ୍ତ, ବଜରଙ୍ଗ ଦଳ ଦେବାର୍ପିତ ମହାନ୍ତି, କୃଷ୍ଣଚନ୍ଦ୍ର ସାମନ୍ତରାୟ, ମାନସ
ଲେଙ୍କା, ବିଷ୍ଣୁ ଦାସ, ବିଶ୍ବନାଥ ପଣ୍ଡା, କ୍ରୀଡ଼ା ଭାରତୀର ଲୋକନାଥ ମହାପାତ୍ର ଓ ଜୟନ୍ତ ଦାସ ଯୋଗ ଦେଇଥିଲେ । ସର୍ବଶେଷରେ ରାମ ଭକ୍ତମାନଙ୍କୁ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା ।ଏହି ସୂଚନା ବାମଦେବ ନାୟକ ଗଣମାଧ୍ୟମକୁ ପ୍ରଦାନ କରିଥିଲେ |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO