-
୪ମେଶିନ୍, ଦେଢ଼କୋଟି ଟଙ୍କାର କଞ୍ଚାମାଲ ଜବତ, ୮ ଗିରଫ

ବ୍ରହ୍ମପୁର: ନକଲି ଗୁଟୁଖା କରଖାନାର ଗନ୍ତାଘର କୁହାଯାଉଥିବା ବ୍ରହ୍ମପୁର ସଦର ଥାନା ଇଲାକାରେ ଥିବା ୩ଟି ଗୁଟୁଖା କାରଖାନା ଉପରେ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତାତ୍ରୟ ଭାଉସାହେବ ଚଢ଼ାଉକରି ବିପୁଳ ପରିମାଣରେ ଗୁଟୁଖା ଓ ଗୁଟୁଖା ତିଆରି ସାମଗ୍ରୀ ତିଆରି କରିଛନ୍ତି । ସୂଚନା ପ୍ରକାରେ, କୁକୁଡାଖଣ୍ଡି ବ୍ଲକ୍ ଗୁରୁଣ୍ଠି ସହ ଅନ୍ୟ ୨ଟି ସ୍ଥାନରେ ଠାରେ ଚାଲିଥିବା ଏକ ବେଆଇନ୍ ଗୁଟୁଖା କାରଖାନାରେ ଉପଜିଲ୍ଲାପାଳ ଶନିବାର ସକାଳେ ଚଢ଼ାଉ କରିଥିଲେ । ସେଠାରେ ବହୁ ପରିମାଣର ଗୁଟୁଖା ତିଆରି କଞ୍ଚାମାଲ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ଦେଢ଼କୋଟି ଟଙ୍କା ହେବ ବୋଲି କୁହାଯାଉଛି । ଜୈନିକ ବ୍ୟକ୍ତିଙ୍କ ଘର ଭିତରେ ବେଆଇନ୍ ଭାବେ ବହୁ ଦିନଧରି ଚାଲିଥିବା ଏହି କାରଖାନା ଉପରେ ଚଢ଼ାଉ କରାଯାଇଛି । ପୋଲିସ ପାଖରେ କିପରି ଖବର ନଥିଲା ତାହା ଏବେ ପ୍ରଶ୍ନ ସୃଷ୍ଟି କରିଛି । ଗୁଟୁଖା ପ୍ରସ୍ତୁତିରେ ବ୍ୟବହୃତ ହେଉଥିବା ୪ଟି ମେଶିନ୍ ସହ ବିଭିନ୍ନ ବ୍ରାଣ୍ଡର ଗୁଟୁଖା ଜରି, ମସଲା ସହ ପ୍ରାୟ ୧ହଜାର କେଜିର ଅନ୍ୟାନ୍ୟ କଞ୍ଚାମାଲ ଜବତ କରାଯାଇଛି । ଏହି ଘଟଣାରେ ୮ଜଣ ସମ୍ପୃକ୍ତ ଥିବା ଜଣାପାରି ସଦର ଥାନା ପୋଲିସକୁ ଜିମାରେ ଦିଆଯାଇଛି । ଏହାସହ ଗୁଟୁଖା କାରଖାନା କିପରି ଚାଲୁଥିଲା ତାହାର ସବିଶେଷ ତଦନ୍ତକରି ରିପୋର୍ଟ ପ୍ରଦାନ ପାଇଁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଚଢ଼ାଉ ବେଳେ କୁକୁଡାଖଣ୍ଡି ତହସିଲଦାର ଡା. ଇପ୍ସିତା ପ୍ରିୟଦର୍ଶନୀ ମିଶ୍ରଙ୍କ ସମେତ ସଦର ଥାନାର ଅଧିକାରୀ ସନ୍ତୋଷିନୀ ଓରାମ୍ ପ୍ରମୁଖ ଉପସ୍ଥିତ ଥିଲେ ।