-
ରକ୍ତଦାନ ପ୍ରକ୍ରିୟା ତୋରାନ୍ୱିତ କରିବାକୁ ବିଧାୟକଙ୍କ ଆହ୍ୱାନ

ବ୍ରହ୍ମପୁର: କରୋନା ସଙ୍କଟ ଭିତରେ ରାଜ୍ୟରେ ଦେଖାଦେଇଛି ରକ୍ତର ଅଭାବ । ରାଜ୍ୟରେ ୮୦ହଜାର ରକ୍ତଜନୀତ ରୋଗୀ ଥିବାବେଳେ ୫୬ଟି ରକ୍ତ ଭଣ୍ଡାର ଥିଲେ ମଧ୍ୟ ଆବଶ୍ୟକତା ଅନୁଯାୟୀ ରକ୍ତନାହିଁ । ଏଥିପାଇଁ ରକ୍ତ ସଂଗ୍ରହ ପ୍ରକ୍ରିୟାକୁ ବ୍ୟାପକ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ନିଜ ସହକର୍ମୀଙ୍କୁ ନେଇ ଶୁକ୍ରବାର ଦିନ ବ୍ରହ୍ମପୁର ଏମ୍କେସିଜି ରକ୍ତ ଭଣ୍ଡାରରେ ରକ୍ତଦାନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁର ମିଳିତ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ପ୍ରଥମଦିନ ରକ୍ତଦାନ ଶିବିରରେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ସୂଚନାଥାଉକି, ଏମ୍କେସିଜି ରକ୍ତ ଭଣ୍ଡାରରେ ୨୫୦୦ ରକ୍ତ ୟୁନିଟ୍ ରହିବା ପାଇଁ କ୍ଷମତା ଥିବାବେଳେ ବର୍ତ୍ତମାନ ତାହା ୨୦୦ରୁ କମ୍ ହୋଇଛି । ଏ ବିଷୟ ନେଇ ରାଜ୍ୟ ମୁଖ୍ୟମନ୍ତ୍ରୀ ଠାରୁ ଆରମ୍ଭକରି ଜିଲ୍ଲାପାଳ ବିଧାୟକ ବିକ୍ରମ ପଣ୍ଡାଙ୍କ ଦୃଷ୍ଟିକୁ ଆଣିବାପରେ ଏହି ରକ୍ତ ଭଣ୍ଡାରରେ ରକ୍ତଦାନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ରକ୍ତ ଅଭାବ ଦୂର ହେବା ପର୍ଯ୍ୟନ୍ତ ଏଭଳି ଦୈନିକ ରକ୍ତଦାନ କାର୍ଯ୍ୟକ୍ରମ ହେବ ବୋଲି ବିଧାୟକ ଶ୍ରୀ ପଣ୍ଡା କହିଛନ୍ତି । କୋଭିଡ୍ ନିର୍ଦ୍ଦେଶାବଳୀ ପାଳନ ସହ ସାମାଜିକ ଦୂରତା ରକ୍ଷାକରି ପ୍ରତ୍ୟହ ଏହି ରକ୍ତଦାନ କାର୍ଯ୍ୟକ୍ରମରେ ବ୍ରହ୍ମପୁରର ଯୁବଛାତ୍ର, ସ୍ୱେଚ୍ଛାସେବୀ ସଙ୍ଗଠନ, ଦଳୀୟ କର୍ମୀମାନେ ନିଜ ନିଜର ସୁବିଧା ଓ ସମୟ ଅନୁସାରେ ରକ୍ତ ଭଣ୍ଡାରକୁ ଆସି ରକ୍ତଦାନ କରିବାକୁ ବିଧାୟକ ଶ୍ରୀ ପଣ୍ଡା ନିବେଦନ କରିଛନ୍ତି । ରକ୍ତଦାନ ଶୁଭାରମ୍ଭ କାର୍ଯ୍ୟକ୍ରମରେ ବିଜେଡି ନେତା ସଞ୍ଜିତ ପାଣିଗ୍ରାହୀ, ମଦନ ଦଳାଇ, ଯୁବ ବିଜେଡି ସଭାପତି ଧନଞ୍ଜୟ ରାଓ, ଛାତ୍ର ବିଜେଡିର ସଞ୍ଜୟ ଜେନା, ପି.ଆଶାରାଣୀଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO