ସାନଖେମୁଣ୍ଡି: ରାଜ୍ୟ ସରକାରଙ୍କୁ ସେବା ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ପକ୍ଷରୁ ଆଜି ରବିବାର ଅବସରରେ ଖଲିଙ୍ଗୀ ସର୍କଲ ଠାରେ ‘ମୋ ଗାଁରେ ତହସିଲ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ତହସିଲ ଅନ୍ତର୍ଗତ ସମସ୍ତ ବିଭାଗ ଓ କର୍ମଚାରୀଙ୍କୁ ନେଇ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭାବେ ରାଜସ୍ୱ ସର୍କଲ ନିକଟସ୍ତ ଖଲିଙ୍ଗୀ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ଖଲିଙ୍ଗୀ ଓ ଏରେଣ୍ଡ୍ରା ପଞ୍ଚାୟତ ଅନ୍ତର୍ଗତ ବହୁ ଅଭିଯୋଗ ଶୁଣାଣି ପାଇଁ ଦରଖାସ୍ତ ଲିପିବଦ୍ଧ ହେବ ସହିତ ତହସିଲଦାର ଓ ମାଜିଷ୍ଟ୍ରେଟ ଇଜଲାସରେ ୩୬ଗୋଟି ମ୍ୟୁଟେସନ, ୧୨ଗୋଟି ବେ ବନ୍ଦୋବସ୍ତ, ୮ଗୋଟି ଓଏଲଆର, ୮ଏ ବଣ୍ଟନ କରାଯାଇଥିଲା ଏବଂ ୧୯୧cର ୩ଗୋଟି, ଓ.ଏଲ.ଆର ୫ଗୋଟି ଦରଖାସ୍ତ ଗ୍ରହଣ ହୋଇଥିଲା। ଅନ୍ୟାନ୍ୟ ପ୍ରମାଣପତ୍ର ବ୍ୟବସ୍ଥାରେ ୩୬ମୃତ୍ୟୁ ପ୍ରମାଣପତ୍ର ଓ ୭ଜନ୍ମ ପ୍ରମାଣପତ୍ର ବଣ୍ଟନ ହୋଇଥିଲା। ଗ୍ରାମକଣ୍ଠ ପର୍ଚ୍ଚା ପାଇଁ ୧୦ ଗୋଟି ଦରଖାସ୍ତ ସହିତ ରାଜସ୍ୱ ସଂପର୍କିତ ୪ଗୋଟି ଅଭିଯୋଗକୁ ତହସିଲ ଦ୍ୱାରା ଅଭିଯୋଗ ଗୃହୀତ ହୋଇଥିଲା। ତହସିଲ ସେକ୍ସନ ଅଧିକାରୀ ଶ୍ରୀ ଅଶୋକ କୁମାର ପାତ୍ରଙ୍କ ତତ୍ୱାବଧାନରେ ସମସ୍ତ ବେଞ୍ଚ କିରାଣୀର ସହିତ ସମସ୍ତ ରାଜସ୍ୱ ସର୍କଲ ନିରୀକ୍ଷକ, ଅମିନ ସମୂଖ କାର୍ଯ୍ୟକ୍ରମରେ ନିୟୋଜିତ ଥିଲେ। ଖଲିଙ୍ଗୀ ସରପଞ୍ଚ ପ୍ରତିନିଧିଙ୍କ ସହିତ ଏରେଣ୍ଡ୍ରା ସରପଞ୍ଚ ପ୍ରତିନିଧି ଶ୍ରୀ ସହଦେଵ ପ୍ରଧାନ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।
Related Stories
December 2, 2024