ଭୁବନେଶ୍ୱର – ପ୍ରଧାନମନ୍ତ୍ରୀ ଓ ତାଙ୍କ ସରକାର ବିଭିନ୍ନ କ୍ଷେତ୍ରରେ ବିଫଳ ହୋଇଛନ୍ତି ବୋଲି ସିପିଆଇର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଡି. ରାଜା ପ୍ରକାଶ କରିଛନ୍ତି । ବିଜେଡି ଓ ବିଜେପି ଉଭୟ ହାତ ମିଳାଇଛନ୍ତି ଓ ପରସ୍ପର ପରସ୍ପରକୁ ସହଯୋଗ କରୁଥିବାର ଅନେକ ଦୃଷ୍ଟାନ୍ତ ରହିଥିବା ସେ କହିଛନ୍ତି । ସେ ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଗୋଟିଏ ଦେଶ ଓ ଗୋଟିଏ ଭାଷା ପାଇଁ ବିଜେପିର ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀ କøଣସି ସ୍ପଷ୍ଟ ମତ ରଖି ନାହାନ୍ତି । ଯଦି ଗୋଟିଏ ଦେଶ ଓ ଗୋଟିଏ ଭାଷା ହୁଏ ତେବେ ଓଡିଶାର ଅବସ୍ଥା କଣ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି । ଦେଶରେ ବେକାରୀ ଓ ଆର୍ଥିକ ମାନ୍ଦାବସ୍ଥା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଏହା ବିରୁଦ୍ଧରେ ଅକ୍ଟୋବର ୧୦ରୁ ୧୬ ଯାଏ ସିପିଆଇ ପକ୍ଷରୁ ଦେଶବ୍ୟାପୀ ଆନ୍ଦୋଳନ କରା ଯିବ ବୋଲି ସେ କହିଛନ୍ତି ।