ଭୁବନେଶ୍ୱର – ବିଜେପୁର ଉପ ନିର୍ବାଚନରେ ପ୍ରଚାର କରିବା ଓ ନାମାଙ୍କନ ପତ୍ର ଦାଖଲ କରିବା ବେଳେ ମୁଁ ଯିବି ନାହିଁ ବୋଲି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ରିପୁନାଥ ସେଠ ପ୍ରକାଶ କରିଛନ୍ତି । ସେ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ ଦଳ ତାଙ୍କୁ କୌଣସି ଦାୟିତ୍ୱ ଦେଇ ନାହିଁ । ତାଙ୍କୁ ଅଯୋଗ୍ୟ ତାଲିକାରେ ରଖିଛନ୍ତି । ୨୦୧୭ ମସିହାର ଭୁଲକୁ ପୁଣି ଥରେ ଦୋହରାଇ କଂଗ୍ରେସକୁ ମୂଳପୋଛ କରିବା ପାଇଁ ଉଦ୍ୟମ ଚାଲିଛି । ଏଠି ନେତା ସଚ୍ଚୋଟ ନ ଥିବାରୁ କର୍ମୀ ମାନେ କିପରି ସଚ୍ଚୋଟ ହେବେ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନିରଂଜନ ପଟ୍ଟନାୟକ କହିଛନ୍ତି ଯେ ଦଳରେ କୌଣସି ଅସନ୍ତୋଷ ନାହିଁ । ଯାହା ଅସନ୍ତୋଷ ଅଛି ତାହା ବ୍ୟକ୍ତିଗତ । ଯାହାର ସ୍ୱାର୍ଥ ନ ଥିବ ସେ କେବେ ହେଲେ ଅସନ୍ତୋଷ ବ୍ୟକ୍ତ କରିବ ନାହିଁ ବା ବିରୋଧ କରିବ ନାହିଁ ବୋଲି ସେ କହିଛନ୍ତି ।
Related Stories
December 12, 2024