ୱାର୍ଡ଼ ଓ ବାସଗୃହ ସ୍ତରରେ କଠିନ ବର୍ଜ୍ୟବସ୍ତୁ ପରି·ଳନା ନିୟମ ଲାଗୁକରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର – ପ୍ରତି ୱାର୍ଡ଼ ଏବଂ ଘରୋଇ ବାସଗୃହ ସ୍ତରରେ କଠିନ ବର୍ଜ୍ୟବସ୍ତୁ ପରି·ଳନା ବିଷୟରେ ସଚେତନତା ସୃଷ୍ଟି ସହ ନିୟମଗୁଡ଼ିକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଅସୀତ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି । ସହରାଂଚଳରେ କଠିନ ବର୍ଜ୍ୟବସ୍ତୁ ପରି·ଳନାରେ ଅଗ୍ରଗତି ବିଷୟରେ ସମୀକ୍ଷା କରି ଶ୍ରୀ ତ୍ରିପାଠୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ବର୍ଜ୍ୟବସ୍ତୁ ପରିାଚଳନାକୁ ଜୀବନର ଏକ ଅଭ୍ୟାସରେ ପରିଣତ କରିବା ପାଇଁ ଏ ବିଷୟରେ ଏକ ପାଠ୍ୟ ବିଷୟବସ୍ତୁ ବିଦ୍ୟାଳୟ ପାଠ୍ୟକ୍ରମରେ ସନ୍ନବେଶିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ରାସ୍ତା ନିର୍ମାଣ ଓ ସିମେଂଟ କରାଖାନାମାନଙ୍କରେ ଅଧିକରୁ ଅଧିକ ପ୍ଲାଷ୍ଟିକର ବ୍ୟବହାର କରିବା ପାଇଁ ମଧ୍ୟ ଶ୍ରୀ ତ୍ରିପାଠୀ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଗୁରୁବାର ଲୋକସେବା ଭବନଠାରେ ଅନୁଷ୍ଠିତ ଏହି ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଜି.ମାଥିଭାଥାନନ୍ ଓଡ଼ିଶାର ୧୧୪ଟି ସହରାଂଚଳର କଠିନ ବର୍ଜ୍ୟବସ୍ତୁ ପରି·ଳନା ସମ୍ବନ୍ଧିତ ପ୍ରଶାସନିକ, ବୈଷୟିକ ଓ ଆର୍ଥିକ ବିଷୟବସ୍ତୁ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ୧୧୪ଟି ସହରାଂଚଳରେ ୨୦୨୪ ୱାର୍ଡ଼ ରହିଛି ଏବଂ ଦୈନିକ ପ୍ରାୟ ହାରାହାରି ୨୫୭୫ ଟନ ବର୍ଜ୍ୟବସ୍ତୁ ବାହାରୁଛି । ଓଡ଼ିଶାରେ ଘରପିଛା ହାରାହାରି ୩୦୦ ଗ୍ରାମ୍ ବର୍ଜ୍ୟବସ୍ତୁ ବାହାରୁଛି ଓ ଏହା ଜାତୀୟ ହାରଠାରୁ କମ୍ ରହିଛି । ଏହାର ପରି·ଳନା ପାଇଁ ମୁଖ୍ୟତଃ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସାମିଲ କରିବା ପାଇଁ ବୈଠକରେ ନିଷ୍ପତି ହୋଇଥିଲା । ପ୍ରକାଶ ଥାଉକି, ରାଜ୍ୟର ସହରାଂଚଳରେ ୩୦ ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସକ୍ରିୟ ଅଛନ୍ତି ।
ପୌର ପ୍ରଶାସନ ନିର୍ଦ୍ଦେଶକ ଶ୍ରୀ ସଂଗ୍ରାମଜିତ୍ ନାୟକ ବୈଠକରେ ସୂଚନା ଦେଇଥିଲେ ଯେ, ବିଭିନ୍ନ ସହରାଞ୍ଚଳରେ ବର୍ତମାନ ସୁଦ୍ଧା ୧୨୦୦ ସ୍ୱଚ୍ଛ ସାଥିଙ୍କୁ ଏହି କାର୍ଯ୍ୟରେ ସାମିଲ କରାଯାଇଛି ଏବଂ ଏଥିପାଇଁସେମାନଙ୍କୁ ୨ଟି ପର୍ଯ୍ୟାୟରେ ଉତମମାନରପ୍ରଶିକ୍ଷଣ ଦିଆଯାଇଛି । ଜଣେ ସ୍ୱଚ୍ଛ ସାଥୀ ପ୍ରାୟ ୬୦୦ ବାସଗୃହ ଦାୟିତ୍ୱରେ ରହିବେ ଏବଂ ୪ ଜଣ ସ୍ୱଚ୍ଛ ସାଥିଙ୍କ କାର୍ଯ୍ୟକୁ ଜଣେ ସୁପରଭାଇଜର ତଦାରଖ କରିବେ । ବ୍ୟାପକ ସଚେତନତା ପାଇଁ ସହରାଂଚଳର ପ୍ରତ୍ୟେକ ୱାର୍ଡ଼ରେ ହୋର୍ଡ଼ିଂ ଲାଗିବ । ସଚେତନତା କାର୍ଯ୍ୟକ୍ରମ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବା ସହ ଉଲ୍ଲଘଂନକାରୀମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ବୈଠକରେ ନିଷ୍ପତି ହୋଇଥିଲା ।
ଏହି ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ଶାସନ ସଚିବ ଡ. ମୋନା ଶର୍ମା, ରାଜସ୍ୱ ଓ ବିପର୍ଯ୍ୟୟ ପରି·ଳନା ପ୍ରମୁଖ ଶ୍ରୀ ନିକୁଞ୍ଜ ଧଳ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂହ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ.ଜି.ମାଥିଭାଥାନନ୍ଙ୍କ ସମେତ ସମ୍ପୃକ୍ତ ବିଭାଗୀୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନା ଳକରିଥିଲେ ।
I’m not that muсh oof a internet reаdeer to be honest
but yoսr blogs really nice, keep it up! I’ll go ahead and Ьookmark your website to come back later.
Alll thһe best
Thanks.
thank you. if possible try to make a payment like paper rate to increased our team and our efforts