
ଭଦ୍ରକ -:ଧାମନଗର ବ୍ଳକର ଅସୁରାଳି ସ୍ଥିତ ବୈଷୟିକ ଶିକ୍ଷାନୁÂାନ ଭଦ୍ରକ ଇଂଜିନିୟରିଂ ସ୍କୁଲ ଏଣ୍ଡ ଟେକ୍ନୋଲୋଜି (ବେଷ୍ଟ) ରେ ଜ୍ଞାନ ସଂଚାର- ୨୦୧୯ ଅନୁÂିତ ହୋଇଯାଇଛି । ବେଷ୍ଟର ଅଧ୍ୟକ୍ଷ ଇଂ ରବିନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁÂିତ କାର୍ଯକ୍ରମରେ ଭଦ୍ରକର ସହକାରୀ ଜିଲ୍ଳାପାଳ ସୌମ୍ୟଶ୍ରୀ ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରକଳ୍ପ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଲା ଶିଳ୍ପ ତାଲିମ କେନ୍ଦ୍ରର ସାଧାରଣ ପରିଚାଳକ ଇଂ ପିତାମ୍ବର ପରିଡ଼ା, ମନୋରମା ତାଲିମ କେନ୍ଦ୍ରର ପରିଚାଳକ ପ୍ରଶାନ୍ତ କୁମାର ବିଶ୍ୱାଳ ପ୍ରମୁଖ ଯୋଗଦେଇ ବୈଷୟିକ ଶିକ୍ଷା ଗ୍ରହଣ କରୁଥିବା ବିଦ୍ୟାର୍ଥୀ ମାନେ ନିଜର ଜ୍ଞାନ କୁଶଳତା ଦ୍ୱାରା ବିଭିନ୍ନ ବିଜ୍ଞାନ ଭିତିକ ପ୍ରକଳ୍ପ ପ୍ରସ୍ତୁତ କରିବା ଶୁଭଙ୍କର ବୋଲି ମତବ୍ୟକ୍ତ କରି ଏହା ସେମାନଙ୍କର ଅଧ୍ୟୟନ ପରିସରକୁ ବୃଦ୍ଧି କରିବ ବୋଲି କହିଥିଲେ । ଏହି ଅବସରରେ ବେଷ୍ଟର ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ୪୨ଟି ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଜିଲ୍ଲାର ବିଭିନ୍ନ ଶିକ୍ଷାନୁÂାନର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସାଧାରଣ ଲୋକେ ପ୍ରକଳ୍ପ ନିରୀକ୍ଷଣ କରିଥିବା ବେଳେ ପ୍ରସ୍ତୁତକାରୀ ବିଭାଗର ଛାତ୍ରଛାତ୍ରୀ ମାନେ ଏ ସମ୍ପର୍କରେ ତଥ୍ୟ ରଖିଥିଲେ ।