Related Stories
November 22, 2024
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,ସେସୁ ମିଟର ରିଡିଙ୍ଗ ଓ ବିଲ କଲେକସନ କର୍ମଚାରୀ ସଂଘର ଶତାଧିକ ଠିକା କର୍ମଚାରୀ ସେସୁ କାର୍ଯ୍ୟାଳୟ ଘେରାଉ କରିବା ସମୟରେ ସେସୁ /TPCODL ର ଭୁବନେଶ୍ୱରର ଉଚ୍ଚପଦସ୍ଥ ଅଧିକାରୀ ମାନେ ଉପସ୍ଥିତ ରହି ଆପଣ ମାନଙ୍କ ସମ୍ପର୍କରେ ବିଚାର ଵିମଷ ଚାଲିଛି ଏବଂ ଆପଣ ସମସ୍ତଙ୍କୁ କାର୍ଯ୍ୟରେ ସାମିଲ କରାଯିବ ବୋଲି ଆଶ୍ୱାସନା ଦେବା ସହ ଆପଣମାନେ ଏ ଘେରାଉ ରୁ ନିବୃତ ରହି କେବଳ ଶାନ୍ତିପୂର୍ଣ୍ଣ ଧାରଣାରେ ବସନ୍ତୁ |ଏବଂ ଆମ୍ଭର ଉଚ୍ଚସ୍ତରୀୟ ବୈଠକ ଶେଷ ପର୍ଯ୍ୟନ୍ତ ଧର୍ଯ୍ୟ ଧରନ୍ତୁ କହିବା ଫଳରେ ଆଜିର ଘେରାଉ କାର୍ଯ୍ୟକ୍ରମ କୁ ସ୍ଥଗିତ ରଖି ଧାରଣା ଅବ୍ୟାହତ ରହିଛି |ବର୍ତ୍ତମାନ ସୁଦ୍ଧା କୌଣସି ଅଧିକାରୀ ଫେରିନାହାନ୍ତି କିମ୍ବା କୌଣସି ନିଷ୍ପତ୍ତି ପ୍ରଦାନ କରାଯାଇ ନ ଥିବାରୁ ଆଜିର ଧାରଣା ରେ ଆଡ଼ଭୋକେଟ ଶ୍ରୀକାନ୍ତ ପରିଡା, ନୃସିଂହ ଚରଣ ଦାସ, SK azad , ଶରତ ଚନ୍ଦ୍ର ଦାଶ ଙ୍କ ନେତୃତ୍ୱରେ ଜୋରଦାର ଚାଲିଥିବା ସମୟରେ ବରିଷ୍ଠ ଶ୍ରମିକ ନେତା CITU ନେତା ଶ୍ରୀଯୁକ୍ତ ଭୀମସେନ ସ୍ୱାଇଁ ଓ ପୁରୀ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ଗଜ ଉପଦେଶ /ରାଧାରମଣ ସ୍ୱାଇଁ, ସାଧାରଣ ସମ୍ପାଦକ ରମେଶ ବେହେରା ଏବଂ ପୂର୍ବତନ କାଉନସିଲର ବଳରାମ ରେଡି ଉପସ୍ଥିତ ରହି କର୍ମଚାରୀଙ୍କର ଦାବିକୁ ସମର୍ଥନ କରିବା ସହ ଆସନ୍ତା ୩ ଦିନ ମଧ୍ୟରେ ତୁରନ୍ତ ନିଯୁକ୍ତି ପ୍ରଦାନ କରାନଗଲେ ସେସୁ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ କାର୍ଯ୍ୟାଳୟରେ ପୁରାଇ ଦିଆନଯିବା ସହିତ ଠିକାଧାରୀ ସଂସ୍ଥାକୁ ପୁରୀରେ ବାହାର ପିଲା ନିଯୁକ୍ତି ବନ୍ଦ କରାଯିବ ବୋଲି ମନ୍ତବ୍ୟ ରଖିଥିଲେ |ଏବଂ କର୍ମଚାରୀ ମାନଙ୍କର ଦାବିକୁ ସରକାର ସମର୍ଥନ କରୁଛନ୍ତି |ଏଥିରେ ଯେଉଁ ଅଧିକାରୀ ମାନେ ବ୍ୟତିକ୍ରମ କରିବେ ସେମାନଙ୍କ ପ୍ରତି ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବକ୍ତାମାନେ ପ୍ରତିଶୃତି ଦେଇଥିଲେ |ଏବଂ କାର୍ଯ୍ୟକ୍ରମ ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଗଣଧାରଣା ଚାଲିବ ବୋଲି ନିଷ୍ପତ୍ତି କରାଗଲା |ସେସୁ ମିଟର ରିଡିଙ୍ଗ ଓ ବିଲ କଲେକସନ କର୍ମଚାରୀ ସଂଘ ର ଜେନେରାଲ ସେକ୍ରେଟାରୀ ନୃସିଂହ ଚରଣ ଦାସ ଏହି ସୂଚନା ପ୍ରଦାନ କରିଥିଲେ |