

Related Stories
May 6, 2025
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନାର ସ୍ଥିତି ବିଗୁଡିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ସମସ୍ତ ପ୍ରବେଶପଥକୁ ଜିଲ୍ଲା ପୋଲିସ ପକ୍ଷରୁ ସିଲ୍ କରାଯାଇ ପ୍ରବେଶ ଓ ପ୍ରସ୍ତାନ ଉପରେ କଡାକଡି କଟକଣା ଜାରି କରାଯାଇଛି । ସୋମବାର ଦିନ ଏସ୍ପି ବ୍ରିଜେଶ କୁମାର ରଏ ଗଞ୍ଜାମ-ଖୋର୍ଦ୍ଧା ସୀମାନ୍ତ ଜିଲ୍ଲାର ବିଭିନ୍ନ ପ୍ରବେଶ ଓ ପ୍ରସ୍ତାନ ସୀମାକୁ ଯାଇ ସେଠାରେ ଯାଞ୍ଚ ପ୍ରକ୍ରିୟା କିପରି ହେଉଛି ତାହାର ତଦାରଖ କରିଥିଲେ । ଆବଶ୍ୟକ ନପଡିଲେ ବାହାରକୁ ବାହାନ୍ତୁନି କି ଜିଲ୍ଲା ବାହାରକୁ ଯାଆନ୍ତୁ ନାହିଁ ବୋଲି ଜିଲ୍ଲାବାସୀଙ୍କୁ ଏସ୍ପି ପରାମର୍ଶ ଦେଇଛନ୍ତି । ଯାଞ୍ଚ ସମୟରେ କିଛି ଅମାନିଆଙ୍କୁ ମଧ୍ୟ ସାବାଡ କରିଥିବା ଦେଖିବାକୁ ମିଳିଛି । ଏହାସହ ବୁରାପଲ୍ଲୀ ତନଖ୍ô ଫାଟକ, ଆନ୍ତଃରାଜ୍ୟ ତନଖି ଫାଟକ ଯାଞ୍ଚକରି ସେଠାରେ ନିୟୋଜିତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ଏହାସହ ଅନାବଶ୍ୟକୀୟ ଗାଡି ଚଳାଚଳ ଉପରେ କଠୋର ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।