ଗଂଜାମ – ଗତକାଲି ଅପରାହ୍ନରୁ ଗଂଜାମ ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଚାଲିଛି । ତେବେ ଆଜି ସକାଳୁ ରାତି ପର୍ଯ୍ୟନ୍ତ ପ୍ରବଳରୁ ମଧ୍ୟମ ଧରଣର ବର୍ଷା ହେବା ଫଳରେ ଜନଜୀବନ ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ଗାଁ ଠାରୁ ସହର ଯାଏ ଜଳାର୍ଣ୍ଣବ ପାଲଟିଛି । ଲେଶୋକ ଜଳବନ୍ଦୀରେ ଘରେ ରହିଛନ୍ତି । ଅନେକ ଘରେ ପାଣି ପଶିଛି । ବ୍ରହ୍ମପୁର ସହର ସମେତ ବିଭିନ୍ନ ଗ୍ରାମାଂଳରେ ମଧ୍ୟ ଆଜି ବହୁ ପରିବାରଙ୍କ ଘରେ ରୋଷେଇ ନ ହୋଇ ଭୋକ ଉପାସରେ ଜୀବନ ନିର୍ବାହ କରୁଛନ୍ତି । ଋଷିକୁଲ୍ୟା, ଘୋଡ଼ା ହାଡ଼, ବାଘୁଆ ଧନେଇ ବଡ଼ ନଦୀରେ ବନ୍ୟା ଆସିଛି । ଏହି ବର୍ଷାରେ କ୍ଷୟ କ୍ଷତିର ହିସାବ ଆସି ନଥବଲେ ମଧ୍ୟ ଆସନ୍ତା କାଲି ଏ ସମ୍ପର୍କରେ ଅଧିକ ତଥ୍ୟ ମିଳିବା ସମ୍ଭାବନା ରହିଛି । ଧାନ କ୍ଷେତ, ବନ୍ଧଗାଡ଼ିଆ ଜଳାର୍ଣ୍ଣବ ହୋଇ ସବୁଆଡ଼େ ଚିଲିକାମୟ ଦେଖାଯାଉଛି । ବର୍ଷା ଯୋଗୁଁ ଅଧିକାଂଶ ସମୟ ବିଜୁଳି କାଟ ହୋଇଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରୁଥିବା ଜଣାପଡ଼ିଛି ।
Related Stories
November 21, 2024
November 21, 2024