
ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ– ଗୋଟିଏ ଦିନରେ ୫ଟି କରୋନା ପଜିଟିଭ ଚିହ୍ନଟ ହେବା ପରେ ଗତ ଜୁନ ମାସ ୨୫ତାରିଖ ଠାରୁ ଏନ.ଏ.ସି ତରଫରୁ ଭଞ୍ଜନଗର ସହରର ମୁଖ୍ୟ ରାସ୍ତା ଓ ଏଲ.ଆଇ.ସି ଅଫିସ ଠାରୁ ଭେଜିପୁଟ ଶିବ ମନ୍ଦିର ପର୍ଯ୍ୟନ୍ତ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଓ ଅନ୍ୟ ସମସ୍ତ ଅଞ୍ଚଳକୁ ବଫର ଜୋନ ଘୋଷଣା କରାଯାଇଛି।ସେହିଦିନ ଠାରୁ ସମଗ୍ର ସହରରେ ଦୋକାନ ବଜାର ବନ୍ଦ ରହିଛି।ନିମ୍ନ ଓ ମଧ୍ୟବିତ୍ତ ଶ୍ରେଣୀ ର ଲୋକ ମାନେ କାମଧନ୍ଦା ହରାଇ ଦୁଃଖ କଷ୍ଟରେ ଦିନ କାଟୁଛନ୍ତି। ଲୋକମାନେ ଅତ୍ୟାବଶ୍ୟକ ଜିନିଷପତ୍ର କିଣି ନପାରି ହଇରାଣ ହେଉଥିବା ବେଳେ ବୁଲା ବିକାଳି ମାନେ ଚଢ଼ା ଦରରେ ପନିପରିବା ବିକ୍ରୀ କରୁଥିବା ଅଭିଯୋଗ ହେଉଛି।ଆଜି କେବଳ ଗୋଟିଏ ଦିନ ପାଇଁ ଏନ.ଏ.ସି ତରଫରୁ କଟକଣା କୋହଳ କରାଯାଇ ଅତ୍ୟାବଶ୍ୟକ ରାସନ ସାମଗ୍ରୀ ଓ ପରିବା ଦୋକାନ ଦିନ ୪ଟା ପର୍ଯ୍ୟନ୍ତ ଖୋଲିବା ପାଇଁ ଅନୁମତି ଦିଆଯାଇଛି।ହେଲେ ବଜାରରେ ଆବଶ୍ୟକ ପରିମାଣର ଜିନିଷ ପତ୍ର ର ଘୋର ଅଭାବ ଦେଖା ଦେଇଛି।ଫଳରେ ଲୋକ ମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଦୋକାନ ସାମ୍ନାରେ ଅପେକ୍ଷା କରି ମଧ୍ୟ ସମସ୍ତ ଜିନିଷ ପାଇବାରେ ସକ୍ଷମ ହେଉ ନଥିବା ଦେଖାଯାଇଛି।ଆସନ୍ତା କାଲି ଠାରୁ ପୁଣି ୧୩ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ସମସ୍ତ ସହରାଞ୍ଚଳକୁ ଜିଲ୍ଲାପାଳ ସଟଡାଉନ ଘୋଷଣା କରିଛନ୍ତି।ଏଭଳି ସ୍ଥିତିରେ ସାଧାରଣ ଲୋକ ମାନଙ୍କ ଜୀବନ ଯାପନ କୁ ନେଇ ପ୍ରଶ୍ନ ଉଠିଛି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO