

Related Stories
May 11, 2025
ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ– ଗୋଟିଏ ଦିନରେ ୫ଟି କରୋନା ପଜିଟିଭ ଚିହ୍ନଟ ହେବା ପରେ ଗତ ଜୁନ ମାସ ୨୫ତାରିଖ ଠାରୁ ଏନ.ଏ.ସି ତରଫରୁ ଭଞ୍ଜନଗର ସହରର ମୁଖ୍ୟ ରାସ୍ତା ଓ ଏଲ.ଆଇ.ସି ଅଫିସ ଠାରୁ ଭେଜିପୁଟ ଶିବ ମନ୍ଦିର ପର୍ଯ୍ୟନ୍ତ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଓ ଅନ୍ୟ ସମସ୍ତ ଅଞ୍ଚଳକୁ ବଫର ଜୋନ ଘୋଷଣା କରାଯାଇଛି।ସେହିଦିନ ଠାରୁ ସମଗ୍ର ସହରରେ ଦୋକାନ ବଜାର ବନ୍ଦ ରହିଛି।ନିମ୍ନ ଓ ମଧ୍ୟବିତ୍ତ ଶ୍ରେଣୀ ର ଲୋକ ମାନେ କାମଧନ୍ଦା ହରାଇ ଦୁଃଖ କଷ୍ଟରେ ଦିନ କାଟୁଛନ୍ତି। ଲୋକମାନେ ଅତ୍ୟାବଶ୍ୟକ ଜିନିଷପତ୍ର କିଣି ନପାରି ହଇରାଣ ହେଉଥିବା ବେଳେ ବୁଲା ବିକାଳି ମାନେ ଚଢ଼ା ଦରରେ ପନିପରିବା ବିକ୍ରୀ କରୁଥିବା ଅଭିଯୋଗ ହେଉଛି।ଆଜି କେବଳ ଗୋଟିଏ ଦିନ ପାଇଁ ଏନ.ଏ.ସି ତରଫରୁ କଟକଣା କୋହଳ କରାଯାଇ ଅତ୍ୟାବଶ୍ୟକ ରାସନ ସାମଗ୍ରୀ ଓ ପରିବା ଦୋକାନ ଦିନ ୪ଟା ପର୍ଯ୍ୟନ୍ତ ଖୋଲିବା ପାଇଁ ଅନୁମତି ଦିଆଯାଇଛି।ହେଲେ ବଜାରରେ ଆବଶ୍ୟକ ପରିମାଣର ଜିନିଷ ପତ୍ର ର ଘୋର ଅଭାବ ଦେଖା ଦେଇଛି।ଫଳରେ ଲୋକ ମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଦୋକାନ ସାମ୍ନାରେ ଅପେକ୍ଷା କରି ମଧ୍ୟ ସମସ୍ତ ଜିନିଷ ପାଇବାରେ ସକ୍ଷମ ହେଉ ନଥିବା ଦେଖାଯାଇଛି।ଆସନ୍ତା କାଲି ଠାରୁ ପୁଣି ୧୩ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ସମସ୍ତ ସହରାଞ୍ଚଳକୁ ଜିଲ୍ଲାପାଳ ସଟଡାଉନ ଘୋଷଣା କରିଛନ୍ତି।ଏଭଳି ସ୍ଥିତିରେ ସାଧାରଣ ଲୋକ ମାନଙ୍କ ଜୀବନ ଯାପନ କୁ ନେଇ ପ୍ରଶ୍ନ ଉଠିଛି।