କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ : ଶ୍ରୀ ଜଗନ୍ନାଥ ସଂସ୍କୃତି ବିଶ୍ୱ ବିଦ୍ୟାଳୟର ଚାଳିଶ ତମ ପ୍ରତିଷ୍ଠା ଦିବସ ଅବସରରେ ଵୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି |ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ ନବ ନିର୍ମିତ ମାର୍ଗର ଉଭୟ ପାର୍ଶ୍ୱରେ ଶତାଧିକ ବୃକ୍ଷ ରୋପଣ କରାଯାଇଛି |ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କର ବିଶ୍ୱବିଦ୍ୟାଳୟ ଶାଖା ତଥା ଓଡିଶା ସରକାରଙ୍କ ପୁରୀ ବନଖଣ୍ଡ ବିଭାଗର ଯୋଗଦାନ ରହିଅଛି |
କୋଭିଡ ୧୯ ର ନିୟମକୁ ଅନୁପାଳନ କରି ବିଶ୍ୱବିଦ୍ୟାଳୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଏବଂ ପୁରୀ ବନଖଣ୍ଡ ବିଭାଗର ମିଳିତ ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଅଛି |ଏହାର ଶାନ୍ତି ପାଠ ପୂର୍ବକ ବିଶ୍ୱବିଦ୍ୟାଳୟର କୁଳଗୀତ ଗାନ ସହିତ ବୃକ୍ଷ ରୋପଣ କରାଗଲା |
ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ହରିହର ହୋତା, କୁଳସଚିବ ଡାକ୍ତର ଧରଣୀ ଧର ରଣା, ଉର୍ନ୍ନୟନ ଅଧିକାରୀ ଡାକ୍ତର ପୂର୍ଣଚନ୍ଦ୍ର ପାଢ଼ୀ, ତଥା ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ, ପୁରୀ ବନଖଣ୍ଡର ରେଞ୍ଜର ଅଧିକାରୀ ଶ୍ରୀ ରଜତ କୁମାର ମହାପାତ୍ର ଏବଂ ଷ୍ଟେଟ ବ୍ୟାଙ୍କ ର ଭୁବନେଶ୍ୱର ଆଞ୍ଚଳିକ ପ୍ରବନ୍ଧକ ଶ୍ରୀ ଶଙ୍କର୍ଷଣ ମଲ୍ଲିକ, ପୁରୀ ମୁଖ୍ୟ ଶାଖା ପ୍ରବନ୍ଧକ ଶ୍ରୀ ସମ୍ବିତ କୁମାର ପଟ୍ଟନାୟକ, ବିଶ୍ୱବିଦ୍ୟାଳୟ ଶାଖା ପ୍ରବନ୍ଧକ ଶ୍ରୀ ଅମଲ କୁମାର ଘୋଷ, ଷ୍ଟେଟ ବ୍ୟାଙ୍କ କର୍ମଚାରୀ ସଂଘର ଉପସଭାପତି ଶ୍ରୀ ଚକ୍ରଧର ମହାପାତ୍ର ପ୍ରଭୁତି ଉପସ୍ଥିତ ଥିଲେ |ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ସମସ୍ତ ଅତିଥି ମାନଙ୍କ ଦ୍ୱାରା ବିଶ୍ୱବିଦ୍ୟାଳୟ ସମାଚାର ପତ୍ରିକା ଉନ୍ମୋଚନ ପୂର୍ବକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା |ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ସମସ୍ତ କର୍ମକର୍ତ୍ତା ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତା ରକ୍ଷା କରିଥିଲେ | ଶ୍ରୀ ଜଗନ୍ନାଥ ସଂସ୍କୃତି ବିଶ୍ୱ ବିଦ୍ୟାଳୟର P.R.O. ଡାକ୍ତର ଦତ୍ତହରି ବେହେରା ଏହି ସୂଚନା ଦେଇଥିଲେ |