ବାଲେଶ୍ଵର, ୭/୭ : (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) ସଂପ୍ରତି ବାଲେଶ୍ଵର ଜିଲ୍ଲାର ଜନୈକ ବିଧାୟକଙ୍କ ଠାରେ କରୋନା ପଜିଟିଭ୍ ବାହାରିବା ପରେ ଜିଲାର ଏହା ଚର୍ଚ୍ଚାର ବିଷୟ ପାଲଟିଛି। ସେହି ବିଧାୟକଙ୍କ ସଂସ୍ପର୍ଶରେ ଆସିଥିବାରୁ ଆଜି ଠାରୁ ହୋମ୍ କ୍ବାରେଣ୍ଟାଇନରେ ରହିଲେ ବାଲେଶ୍ବରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ। ବାଲେଶ୍ବର ସହରର ରାଣୀପାଟଣା ସ୍ଥିତ ତାଙ୍କ ନିଜ ବାସଭବନରେ ସେ ୧୪ ଦିନ ପର୍ଯ୍ୟନ୍ତ କ୍ବାରେଣ୍ଟାଇନ୍ରେ ରହିବେ ଶ୍ରୀ ଦାଶ। ସୂଚନାଯୋଗ୍ୟ ଯେ, ପୂର୍ବତନ ସଦର ବିଧାୟକ ମଦନ ମୋହନ ଦତ୍ତଙ୍କ ଶ୍ରଦ୍ଧାଞ୍ଜଳି ସଭାରେ କରୋନା ପଜିଟିଭ୍ ଥିବା ବିଧାୟକ ଜଣକ ଊପସ୍ଥିତ ଥିବାବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବାରୁ ସରକାରଙ୍କ ନିୟମ ଅନୁଯାୟୀ ଆଜି ବାଲେଶ୍ବର ଜିଲ୍ଲା ପ୍ରଶାସନ ତରଫରୁ ସଦର ବିଡ଼ିଓ ଶ୍ରୀ ଦାଶଙ୍କୁ ହୋମ କ୍ବାରେଣ୍ଟାଇନରେ ରହିବା ପାଇଁ ସୂଚନା ଦେଇଥିଲେ। ସରକାରଙ୍କ ନିୟମକୁ ସମ୍ମାନ ଜଣାଇ ଶ୍ରୀଦାଶ ଆଜିଠାରୁ ହୋମ୍ କ୍ଵାରେଣ୍ଟାଇନ୍ ରେ ରହିଥିବା ଜଣାପଡିଛି।
Related Stories
May 16, 2024