
ଭଦ୍ରକ – ଭଦ୍ରକ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବଣିଆଁରେ ଏକ ଆଧ୍ଯାମôିକ ପରିବେଶରେ ଗୁରୁଦିବସ ପାଳିତ ହୋଇଯାଇଅଛି । ସର୍ବପ୍ରଥମେ ଶିଶୁ ଭାଇ ଭଉଣୀ ମାନେ ବନ୍ଦନା ପ୍ରାର୍ଥନା ଶେଷ କରି ଡ. ସର୍ବପଲ୍ଲୀ ରାଧାକ୍ରୀଷ୍ଣଙ୍କ ଫଟୋକୁ ଧୂପ, ଦୀପ, ଫୁଲ, ଚନ୍ଦନ ଦେଇ ପୂଜାଚ୍ର୍ଚନା କରିଥିଲେ ଏବଂ ପରେ ଗୁରୁବନ୍ଦନା ଗାନ କରି ବିଦ୍ୟାଳୟର ଗୁରୁଜୀ ଗୁରୁମାଙ୍କୁ ପୂଜା ଅଚ୍ର୍ଚନା କରିଥିଲେ । ଏହି ଅବସରରେ ଆୟୋଜିତ ସଭାରେ ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ଗୁରୁଗୋବିନ୍ଦ ଘଡ଼ାଇ ପୁରାତନ ଯୁଗର ଗୁରୁଶିଷ୍ୟ ପରµରା ଓ ଆଧୁନିକ ଯୁଗର ଗୁରୁ ଶିଷ୍ୟ ପରµରା ଉପରେ ଏକ ତୁଳନାମôକ ବିବରଣୀ ପ୍ରଦାନ କରିଥିଲେ । ବିଦ୍ୟାଳୟର ଆ·ର୍ଯ୍ୟ ରାଜେନ୍ଦ୍ର ସାମଲ, ସତ୍ୟବ୍ରତ ସାମନ୍ତ, ସୌମ୍ୟ ରଂଜନ ଗୁଇଁ, ରମେଶ ଚନ୍ଦ୍ର ରାଉତ, ଭବାନୀ ଶଙ୍କର ବାରିକ ଓ ଆଚାର୍ଯ୍ୟା ମାମୀ ପାତ୍ର, ଅହଲ୍ୟା ସାହୁ, ହରପ୍ରିୟା ସୂତାର, ସଂଯୁକ୍ତା ଧଳ, ସବିତା ମହାନ୍ତି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ ଉସôବରେ ବିଦ୍ୟାଳୟର ଆଚାର୍ଯ୍ୟ ରାଜେନ୍ଦ୍ର ସାମଲ ଅତିଥି ପରିଚୟ ଓ ଆ·ର୍ଯ୍ୟା ମାମୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସେବିକା ଆରତୀ ଦାସ, ସୁଲୋଚନା ବେଜ ପ୍ରମୁଖ ସହେଯାଗ କରିଥିଲେ ।