ରାଜଗାଙ୍ଗପୁର – ଗଣେଶ ମହୋତ୍ସବ ଏବଂ ମୋହରମ କୁ ନେଇ ଜିଲ୍ଲା ପ୍ରଶାସନର ଏକ ଶାନ୍ତିପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ, ସୁନ୍ଦରଗଡ଼ ଜିଲ୍ଲାର ଏସପି ସୈାମଯା ମିଶ୍ର, ଅତିରିକ୍ତ ଆରଷୀ ଅଧିଷକ ରବି ନାରାୟଣ ବାରିକ,ଏସଡିପିଓ ବିଜୟ କୁମାର ନନ୍ଦ, ଥାନା ଅଧିକାରୀ ଗୋକୁଳାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ବୈଠକ ର ଆରମ୍ଭ ରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ଗଣେଶ ପୂଜା ଏବଂ ନୂଆଖାଇ ର ଶୁଭେଚ୍ଛା ଜଣାଇଲେ ଏବଂ ଗଣେଶ ମହୋତ୍ସବ କୁ ଶାନ୍ତି ଶୃଙ୍ଖଳାରେ କରିବା ଲାଗି ସେ ଅନୁରୋଧ କରିଥିଲେ।
ଆରଷୀ ଅଧିଷକ ବିସର୍ଜନ ଶୋଭାଯାତ୍ରା ସମୟରେ ଅଭିର ଉଡ଼ାଇବା,ବାଣ ଫୁଟାଇବା ଏବଂ ଡିଜେ ବଜାଇବା ଉପରେ ପୁର୍ବ ଵର୍ଷ ପରି ପ୍ରତିବନ୍ଧକ ରହିବ ବୋଲି ପ୍ରକାଶ କରିବା ସହ ଗଣେଶ ମହୋତ୍ସବ ଭସାଣି ଶୋଭାଯାତ୍ରା ର ପଥ ପରିବର୍ତ୍ତନ ପାଇଁ କହିଥିଲେ।
ଏହା ବ୍ୟତୀତ ପଥ ପରିବର୍ତ୍ତନ ଉପରେ ପୂଜା କମିଟି ସଦସ୍ୟ ସହିତ ଆଲୋଚନା କରିବା ପୁର୍ବ ରୁ ସଭା କୁ ସମାପ୍ତ କରି ଦିଆଯାଇଥିଲା।
ପୁଜା କମିଟି ପକ୍ଷରୁ କହିବା ଅନୁସାରେ ଦୀର୍ଘ ବର୍ଷ ଧରି ଶାନ୍ତି ଶୃଙ୍ଖଳାରେ ଗଣେଶ ମହୋତ୍ସବ ଭସାଣି ଶୋଭାଯାତ୍ରା ଏଠାରେ ପାଳନ କରାଯାଏ। ବାରମ୍ବାର ଭସାଣି ପଥ ପରିବର୍ତ୍ତନ ପାଇଁ କାହିଁକି ଜୋରଜବରଦସ୍ତ କରୁଛି।
ଅନ୍ୟ ପଟେ ଶାନ୍ତି ବୈଠକ ରେ ଜଣେ ଦୁଇ ଜଣ ନିଜର ମତାମତ ପ୍ରକାଶ କରିଥିଲେ। ଏହା ବ୍ୟତୀତ ଅନ୍ୟ କୌଣସି ସଦସ୍ୟ କୁ ମତ ପ୍ରକାଶ କରିବା ପାଇଁ ସୁଯୋଗ ନ ଦେଇ ସଭା କୁ ସମାପ୍ତ କରିଥିଲେ।
ଏହି ବିଷୟରେ ସାର୍ବଜନୀନ ଗଣେଶ ପୂଜା କମିଟି ର ଅଧ୍ୟକ୍ଷ କମଲ ଅଗ୍ରୱାଲ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ପଥ ପରୀବର୍ତ୍ତନ ନେଇ ଏକ ବୈଠକ ବିଭିନ୍ନ ପୁଜା କମିଟି ସଦସ୍ୟ କୁ ନେଇ କରିବା ପାଇଁ ସେ ପ୍ରଶାସନ କୁ ଅନୁରୋଧ କରିଛନ୍ତି।