ଗଞ୍ଜାମ– ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଳକର ବିଭିନ୍ନ ପୁରପଲ୍ଲୀରେ କରୋନା ତାର କାୟା ବିସ୍ତାର କରି ସାଧାରଣରେ ଆତଂକ ସୃଷ୍ଟି କରଚାଲିଛି। ପ୍ରବାସୀ ମାନେ ହଜାର ହଜାର ସଂଖ୍ୟାରେ ଏହି ଅଂଚଳକୁ ଫେରିବା ପରେ ଶେରଗଡ ଅଂଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ରୋଗ ସାଧାରଣରେ ମାଡି ଚାଲିବା ସହ କରୋନା ଯୋଦ୍ଧା ମାନେ ବହୁ ସଂଖ୍ୟାରେ ସଂକ୍ରମିତ ହେଉଥିବାରୁ,ଏହା ଉଦବେଗର କାରଣ ହୋଇଛି । ଏହି ରୋଗରେ ମୃତ୍ୟୁ ସଂଖ୍ୟା ମଧ୍ୟ ଶେରଗଡ ବ୍ଲକ ଅଂଚଳରେ ବୃଦ୍ଧି ପାଉଛି । ପୂର୍ବରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗତ ୨୭ ତାରିଖରେ ପଦ୍ମପୁର ଗାଁର ଜଣେ କିରାନି ଦୋକାନୀ, ତାଙ୍କ ପତ୍ନୀ ଓ ଝିଅ କରୋନାରେ ଆକ୍ରାନ୍ତ ହେବା ପରେ ଚିକିତ୍ସା ପାଇଁ କୋଭିଡ୍ ହସପିଟାଲକୁ ପଠାଯାଇଛି ।

ଗତ ୨୯ ତାରିଖ ରାତିରେ ଶେରଗଡ ଅଂଚଳର ଜଣକର ମୃତ୍ୟୁ ଘଟିଛି ,ଏହି ଘଟଣାପରେ ସ୍ଥାନୀୟ ଅଂଚଳରେ କୋକୁଆ ଭୟ ସୃଷ୍ଟି ହେବାରେ ଲାଗିଛି । କିନ୍ତୁ ବିଭିନ୍ନ ପଂଚାୟତରେ ରହୁଥିବା କେତେକ ଅମାନିଆ ଲୋକଙ୍କୁ ଏହା ଫରକ ପଡୁନି । ଏହି ଅମାନିଆ ମାନେ ମାକ୍ସ ପିନ୍ଧୁ ନାହାନ୍ତି, ପାନ ଗୁଟଖା ପୁଡିଆ ଖାଇ ଛେପ ଖକାଂର ସର୍ବସାଧାରଣ ରାସ୍ତା ଉପରେ ପକାଉଛନ୍ତି । ସାମାଜିକ ଦୂରତା ରକ୍ଷା କରୁନାହାନ୍ତି । ବାହାଘର, ବ୍ରତଘର ମଧ୍ୟ ପୁଲିସ, ପ୍ରଶାସନର ଅଗୋଚରେ ବହୁଜନ ସମାଗମରେ ଅନୁଷ୍ଠିତ ହେଉଛି । ଏହି ଅମାନିଆଙ୍କ ପାଇଁସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଣୁ ପୁଲିସ ଓ ପ୍ରଶାସନ ପକ୍ଷରୁ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହେଉଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO