
ଗଞ୍ଜାମ– ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଳକର ବିଭିନ୍ନ ପୁରପଲ୍ଲୀରେ କରୋନା ତାର କାୟା ବିସ୍ତାର କରି ସାଧାରଣରେ ଆତଂକ ସୃଷ୍ଟି କରଚାଲିଛି। ପ୍ରବାସୀ ମାନେ ହଜାର ହଜାର ସଂଖ୍ୟାରେ ଏହି ଅଂଚଳକୁ ଫେରିବା ପରେ ଶେରଗଡ ଅଂଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ରୋଗ ସାଧାରଣରେ ମାଡି ଚାଲିବା ସହ କରୋନା ଯୋଦ୍ଧା ମାନେ ବହୁ ସଂଖ୍ୟାରେ ସଂକ୍ରମିତ ହେଉଥିବାରୁ,ଏହା ଉଦବେଗର କାରଣ ହୋଇଛି । ଏହି ରୋଗରେ ମୃତ୍ୟୁ ସଂଖ୍ୟା ମଧ୍ୟ ଶେରଗଡ ବ୍ଲକ ଅଂଚଳରେ ବୃଦ୍ଧି ପାଉଛି । ପୂର୍ବରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗତ ୨୭ ତାରିଖରେ ପଦ୍ମପୁର ଗାଁର ଜଣେ କିରାନି ଦୋକାନୀ, ତାଙ୍କ ପତ୍ନୀ ଓ ଝିଅ କରୋନାରେ ଆକ୍ରାନ୍ତ ହେବା ପରେ ଚିକିତ୍ସା ପାଇଁ କୋଭିଡ୍ ହସପିଟାଲକୁ ପଠାଯାଇଛି ।
