ସଦୃଶ । ଗତ ୨୧ ଦିନ ମଧ୍ୟରେ ଡିଜେଲ ଦର ଅଧିକ ୧୦ଟଙ୍କା ୮୫ ପଇସା ବଢ଼ିଥିବା ବେଳେ ପେଟ୍ରୋଲ ଦର ୯ଟଙ୍କା ୨୫ ପଇସା ଅଧିକ ବୃଦ୍ଧି ପାଇଛି । ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର କମିବାର ନାଁ ଧରୁ ନାହିଁ । ଫଳରେ ତୈଳଦର ବୃଦ୍ଧି ଯୋଗୁଁ ଜନସାଧାରଣ ଘୋର ହନ୍ତସନ୍ତରେ ରହିଛନ୍ତି । ଏହା ଦ୍ଵାରା ଅନ୍ୟ ସାମଗ୍ରୀର ଦାମ୍ ମଧ୍ୟ ବୃଦ୍ଧି ପାଇବ । ଫଳରେ ସବୁ କ୍ଷେତ୍ରରେ କରୋନା ସହିତ ଆଉ ଏକ ସମସ୍ୟାକୁ ଏଡ଼ାଇ ଦିଆଯାଇ ନ ପାରେ । କେନ୍ଦ୍ର ଓ ରାଜ୍ୟ ସରକାର ଏହି ବିପଦ ସମୟରେ ଲୋକଙ୍କୁ
ସହାୟତା ଦେବା ପରିବର୍ତ୍ତେ ଲୋକଙ୍କ ଉପରେ ବୋଝ ଲଦୁଛନ୍ତି । ପ୍ରତିଦିନ ତୈଳଦର ବୃଦ୍ଧି ପାଇବାରେ ଲାଗିଛି ।
ତେଣୁ ତୁରନ୍ତ ତୈଳଦର ବୃଦ୍ଧି ପ୍ରତ୍ୟାହାର ପାଇଁ ଅଖିଳ ଭାରତ କଂଗ୍ରେସ କମିଟି ଓ ଓଡ଼ିଶା ପ୍ରଦଶ କଂଗ୍ରେସ କମିଟି ନିର୍ଦ୍ଦେଶ ଅନୁଯାୟୀ ଆଜି ପୁରୀ ଜିଲ୍ଲା କଂଗ୍ରେସ କମିଟି ତରଫରୁ କରୋନା ପାଇଁ ସାମାଜିକ ଦୂରତା ପାଳନ କରି ଭାରତର ମହାମହୀମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପୁରୀ ଜିଲ୍ଲାପାଳଙ୍କୁ ପୁରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ଅଖୁଳ ଭାରତ କଂଗ୍ରେସ କମିଟି ସଭ୍ୟ ଅମୀୟ କୁମାର ପଟ୍ଟନାୟକ ପିସିସି ସମ୍ପାଦକ ବିଶ୍ଵ ଭୂଷଣ ଦାସ, ଜିଲ୍ଲା ଉପ ସଭାପତି ବିରେନ୍ଦ୍ର ଭୂଷଣ ହୋତା, କଂଗ୍ରେସ ନେତା ଦିଲ୍ଲୀପ କୁମାର ନାୟକ, ଅଜିତ କୁମାର ମଙ୍ଗରାଜ, ଜୟ ନାରାୟଣ ପଟ୍ଟନାୟକ, ଲଲାଟେନ୍ଦୁ ଦାସ, ନାରୀ ନେତ୍ରୀ ନିରୁପମା ପାତ୍ର, ବିଦ୍ୟୁଲତା ଆଚାର୍ଯ୍ୟଙ୍କ ନେତୃତ୍ବରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଜ୍ଞାନ ରଞ୍ଜନ ପଟ୍ଟନାୟକ, ସୁକାନ୍ତ କୁମାର ପ୍ରଧାନ, ନିରଞ୍ଜନ ରଥ, ଅମୀୟ ମହାପାତ୍ର, ଦେବେନ୍ଦ୍ର କୁମାର ରାଉତରାୟ, ଆର୍ତ୍ତତ୍ରାଣ ସାହୁ, ଭୀମସେନ ପ୍ରଧାନ, ଉମାପଦ ମିଶ୍ର, କାଳୀ ପ୍ରସାଦ ନାୟକ, ବିଶ୍ୱ କେତନ ହରିଚନ୍ଦନ ମହାପାତ୍ର, ଜୀବେଶ ଚନ୍ଦ୍ର ରଥ, ସଞ୍ଜୟ କୁମାର ନାୟକ ପ୍ରମୁଖ କଂଗ୍ରେସ କର୍ମକର୍ତ୍ତା ଓ କର୍ମୀମାନେ ଅଂଶ ଗ୍ରହଣ କରିବା ସହିତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରିଥିଲେ ।ଏହି ସୂଚନା ଉପସଭାପତି ବିରେନ୍ଦ୍ର ଭୂଷଣ ହୋତା ଗଣମାଧ୍ୟମକୁ ଦେଇଛନ୍ତି |