

Related Stories
May 11, 2025
ବ୍ରହ୍ମପୁର:ଶନିବାର ଗଞ୍ଜାମରେ ଆଉ ନୂଆ ୫୮ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୪୮ । ଜଣେ ମୃତ୍ୟୁ ବରଣ କରିଛି । ଜିଲ୍ଲାରେ ୧୧୯୫ଜଣ କରୋନା ରୋଗୀ ଚିହ୍ନଟ ହୋଇôଥବା ବେଳେ ସେଥି ମଧ୍ୟରୁ ୮୫୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବର୍ତ୍ତର୍ମାନ ୩୨୭ ଜଣ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି ଓ ୯ଜଣ ମୃତ୍ୟୁ ବରଣ କରିଥିବା ଜିଲ୍ଲା ପ୍ରଶାସନ କରିଥିବା ଟ୍ୱିଇଟରୁ ଜଣାପଡ଼ିଛି । ସେପଟେ ଜିଲ୍ଲାପାଳ କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲାରେ ୧୯ ଘଣ୍ଟିଆ ସଟ୍ଡ଼ାଉନ ଘୋଷଣା କରିଥିବା ବେଳେ ଶନିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ୪ଦିନ ବ୍ରହ୍ମପୁର ସହରକୁ ସମ୍ପୂର୍ଣ୍ଣ ସଟ୍ଡ଼ାଉନ ଘୋଷଣା କରିଛନ୍ତି । ଜିଲ୍ଲାପାଳ କହିଛନ୍ତି ଯେ ଗତ ସପ୍ତାହଠାରୁ ଗଞ୍ଜାମରେ କୋଭିଡ଼-୧୯ରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସଟ୍ଡ଼ାଉନ ସମୟରେ ଲୋକେ ଘରେ ରୁହନ୍ତି ଯେତେବେଳେ ସ୍ୱାସ୍ଥ୍ୟ ବିଭାଗର ଟିମ୍ ଆପଣଙ୍କର ଘରେ ପହଞ୍ôଚବ ସ୍ୱାସ୍ଥ୍ୟ ଯାଞ୍ଚ ସମୟରେ ସହଯୋଗ କରନ୍ତୁ । ସଟ୍ଡ଼ାଉନ ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ କେବଳ ଔଷଧ ଓ କ୍ଷୀର ଦୋକାନ ଖୋଲା ରହିବ ବୋଲି ସେ କହିଛନ୍ତି । ଶନିବାର ୫୮ଟି ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ଜଣ କରୋନା ଯୋଦ୍ଧା ରହିଥିବା ଜଣାପଡ଼ିଛି । ସେଥି ମଧ୍ୟରେ ଶେରଗଡ଼ ୨, ରଙ୍ଗେଇଲୁଣ୍ଡା ୭, ସାନଖେମୁଣ୍ଡି ୧, ପୋଲସରା ୧, କୁକୁଡ଼ାଖଣ୍ଡି ୧, ବୁଗୁଡ଼ା ୧, ଭଞ୍ଜନଗର ୧, ଆସିକା ୨, ବ୍ରହ୍ମପୁର ମହାନଗର ନିଗମ ଓ ପୁରୁଷୋତ୍ତପୁରର ଜଣେ ଲେଖାଏଁ ରହିଛନ୍ତି । ସେହିଭଳି ପୁରୁଷୋତ୍ତମପୁର ବ୍ଳକର ଜଣେ ସୁରଥ ଫେରନ୍ତା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ରୋଗୀଙ୍କ ସଂସ୍ପର୍ଶରେ ଆସି ୩୯ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଆସିକା ୨, ବିଏମ୍ସି ୫, ଛତ୍ରପୁର ଜଣେ, କବିସୂର୍ଯ୍ୟନଗରର ୩, ଖଲ୍ଲିକୋଟର ୧, ବେଗୁନିଆପଡ଼ା ୧୦, କୁକୁଡ଼ାଖଣ୍ଡି ୧, ପୁରୁଷୋତ୍ତମପୁର ୨, ହିଞ୍ଜିଳିକାଟୁ ୪, ବୁଗୁଡ଼ା ୧, ପୋଲସରା ୫, ଶେରଗଡ଼ ୩ ଓ ରଙ୍ଗେଇଲୁଣ୍ଡାରୁ ଜଣେ ବୋଲି ଜିଲ୍ଲାପାଳ ଦେଇଥିବା ଟ୍ୱିଇଟରୁ ଜଣାପଡ଼ିଛି ।