
ବ୍ରହ୍ମପୁର: ରେଡ୍ ଜୋନ୍ରେ ଥିବା ଗଞ୍ଜାମ ଜିଲ୍ଲା ସମେତ ରାଜ୍ୟର ୧୧ଟି ଜିଲ୍ଲାକୁ ଜୁନ୍ ମାସର ପ୍ରତ୍ୟେକ ଶନିବାର ଓ ରବିବାର ୨ଦିନ ସଡ୍ ଡାଉନ୍ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ଏହି ମର୍ମରେ ମାସର ଚତୁର୍ଥ ଶନିବାରକୁ ଗଞ୍ଜାମ ଜିଲ୍ଲାବାସୀ ସଫଳ କରିଛନ୍ତି । ସପ୍ତାହାନ୍ତ ସଡ୍ ଡାଉନ୍କୁ ସମର୍ଥନ ଜଣାଇ ସମସ୍ତେ ଘର ଭିତରେ ରହିଥିବା ଦେଖିବାକୁ ମିଳିଛି । ଜିଲ୍ଲାରେ ଔଷଧ ଦୋକାନକୁ ଛାଡିଲେ ସବୁ ଦୋକାନ ବଜାର ବନ୍ଦ ରହିଥିଲା । ଜିଲ୍ଲାର ୨୨ଟି ବ୍ଲକ୍ ଓ ୧୭ଟି ଏନ୍ଏସି ସହ ବ୍ରହ୍ମପୁର ମହାନଗର ନିଗମରେ ସଡ୍ ଡାଉନ୍ ନିୟମକୁ ମାନି ଜିଲ୍ଲାବାସୀ ପାଳନ କରିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ସାଧୁବାଦ ଦେଇଛନ୍ତି । ସହରକୁ ପ୍ରବେଶ ପଥକୁ ସିଲ୍କରି ପୋଲିସ ଗାଡି ମୋଟର ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି । ଏହି ନିୟମ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଶନିବାରଠାରୁ ଆସନ୍ତା ମଙ୍ଗଳବାର ୪ଦିନ ଧରି କାର୍ଯ୍ୟକାରୀ ହେବ । ଏହି ସମୟରେ ଆବଶ୍ୟକ ନଥିଲେ ଘରୁ ନବାହାରିବା ପାଇଁ କୁହାଯାଇଛି । ସହରର ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ ଓ ପାର୍ସଲ କାଉଣ୍ଟର ମଧ୍ୟ ବନ୍ଦ ରହିଛି । ସ୍ୱାସ୍ଥ୍ୟ ଟିମ୍ ଘରକୁ ଗଲେ ଯଦି ନିଜର ରୋଗ କିଛି ଅଛି ତାହାହେଲେ ତାଙ୍କୁ ସୂଚନା ଦେବା ସହ ସହଯୋଗ କରିବାକୁ ଜିଲ୍ଲାପଳ ଓ କମିଶନର ଅନୁରୋଧ କରିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO