
ଭୁବନେଶ୍ୱର– ରାଜ୍ୟରେ ଶନିବାର ଦିନ ପୁଣି ଜଣେ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଗଞ୍ଜାମ ଜିଲ୍ଲାର ଜଣେ ୬୮ ବର୍ଷିୟ ପୁରୁଷ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ବିଭାଗ ପକ୍ଷରୁ କୁହା ଯାଇଛି ଯେ ମୃତକ ହାଇପରଟେନସନ୍ ଓ ମଧୁମେହ ଭଳି ରୋଗରେ ମଧ୍ୟ ପୀଡ଼ିତ ଥିଲେ । ଏହାଫଳରେ ଗଞ୍ଜାମ ଜିଲ୍ଲାରେ କରୋନାଜନିତ ମୃତକଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ଏହାଛଡ଼ା ଏଯାବତ୍ ରାଜ୍ୟରେ ୧୮ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି ।