-
ପୁରୀ ରଥ ଯାତ୍ରାରେ ପ୍ରତ୍ୟେକ ଭକ୍ତଙ୍କ ସହିତ ଭାବ ବିନିମୟକୁ ଏକ ଏହି ଧରଣର ପ୍ରଥମ ଗତିଶୀଳ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ଗୋଷ୍ଠୀ ପରିପୁଷ୍ଟିରେ ରୂପାନ୍ତରିତ କରୁଛି
ପୁରୀ: ଗତବର୍ଷର ‘ଆୟୋଡିନ ର ତିଳକ’ ଅଭିଯାନର ସଫଳତା ଆଧାରରେ ବ୍ରାଣ୍ଡ୍ ଚଳିତ ବର୍ଷ ଦର୍ଶନ, ଅନ୍ନ ଓ ସେବା ଭଳି ରଥ ଯାତ୍ରାର ତିନିଟି ସ୍ଥାୟୀ ସ୍ତମ୍ଭ ଦ୍ୱାରା ଅନୁପ୍ରେରିତ ହୋଇ ସଚେତନତା, ପରିପୋଷଣ ଏବଂ ସାମାଜିକ ପ୍ରଭାବକୁ ଗୋଟିଏ ସମନ୍ୱିତ ସାଂସ୍କୃତିକ ପ୍ରୟାସରେ ଏକୀକୃତ କରି ଏକ ବୃହତ୍ତର ଗତିଶୀଳ ଭିତ୍ତିକ ଅନୁଭୂତି ସହିତ ପ୍ରତ୍ୟାବର୍ତ୍ତନ କରିଛି ।
ଏହି କାର୍ଯ୍ୟକ୍ରମର କେନ୍ଦ୍ରସ୍ଥଳରେ ରଥ ଯାତ୍ରାର ସମସ୍ତ ପ୍ରମୁଖ ମାର୍ଗଗୁଡିକରେ ଏକ ଅଣ-ଭୂଭାଗ ଭ୍ରାମ୍ୟମାଣ ଟିମ୍ଙ୍କୁ ନେଇ ଆଶୀର୍ବାଦ ଆୟୋଡିନ ସେବକଗଣ ରହିଛନ୍ତି, ଯେଉଁମାନେ ଏହି ଅନୁଭୂତି ଜନସାଧାରଣଙ୍କ ନିକଟକୁ ପ୍ରତ୍ୟକ୍ଷ ଭାବରେ ନେଇଯାଉଛନ୍ତି । ଦର୍ଶନ ଅନୁଭୂତି ଏକ ସରଳ ଚିନ୍ତାଧାରାରୁ ଆରମ୍ଭ ହେଉଛି, ତାହା ହେଉଛି- ଦର୍ଶନ କେବଳ ଭଗବାନଙ୍କୁ ଦେଖିବା ନୁହେଁ, ବରଂ ଯାହା ବାସ୍ତବରେ ଗୁରୁତ୍ୱପୂର୍ଣ୍ଣ ତାହା ଦେଖିବା । ଭକ୍ତଗଣଙ୍କୁ ଜୟ ଜଗନ୍ନାଥ ସହିତ ସ୍ୱାଗତ କରାଯାଉଛି ଏବଂ ତାହାପରେ ସେମାନଙ୍କୁ ପ୍ରତୀକାତ୍ମକ ଆୟୋଡିନ କା ତିଲକ ପ୍ରଦାନ କରାଯାଉଛି- ଯାହା “ଆମେ ଘରେ ବ୍ୟବହାର କରୁଥିବା ଲୁଣ ଆୟୋଡିନଯୁକ୍ତ କି?” ବୋଲି ଏକ ଗୁରୁତ୍ୱପୂର୍ଣ୍ଣ ଦୈନନ୍ଦିନ ପ୍ରଶ୍ନକୁ କେବଳ ମନେ ପକାଇ ଦେଉଥିବା ଆୟୋଡିନ ଟିଙ୍କଚର୍ ମିଶ୍ରଣରେ ପାରମ୍ପରିକ ଚନ୍ଦନକାଠ ପ୍ରଲେପରେ ପ୍ରସ୍ତୁତ ଏକ ତିଲକ ଅଟେ । ଏହାପରେ ସେମାନଙ୍କ ପାଇଁ ନିୟୋଜନକାରୀ ପ୍ରତ୍ୟକ୍ଷ ପ୍ରଦର୍ଶନଗୁଡିକ ରହିଛି, ଯାହା ଆୟୋଡିନର ଅଦୃଶ୍ୟ ଉପସ୍ଥିତିକୁ ଦୃଶ୍ୟମାନ କରି ଗଢିତୋଳୁଛି, ଏବଂ ପରିବାରଗୁଡିକୁ ଦୈନନ୍ଦିନ ପୁଷ୍ଟିସାଧନରେ ଆୟୋଡିନଯୁକ୍ତ ଲୁଣର ଭୂମିକା ସମ୍ପର୍କରେ ଅଧିକ ଭଲ ଭାବରେ ବୁଝିବାରେ ସହାୟକ ହେଉଛି ।
ଓଡ଼ିଶାର ସମୃଦ୍ଧ ଖାଦ୍ୟ ପରମ୍ପରାକୁ ପାଳନ କରିବାକୁ ଯାଇ ଅନ୍ନ ଅନୁଭୂତି ଭକ୍ତଗଣଙ୍କୁ ମହାପ୍ରଭୁ ଜଗନ୍ନାଥଙ୍କର ପ୍ରିୟ ପାନୀୟ ଟଙ୍କ ତୋରାଣି ଉପଭୋଗ କରିବାକୁ ଆମନ୍ତ୍ରଣ କରାଯାଉଛି, ଯାହା ପଖାଳ ତୋରାଣି ଏବଂ ଚିମୁଟାଏ ଆୟୋଡିନଯୁକ୍ତ ଲୁଣକୁ ନେଇ ପ୍ରସ୍ତୁତ ହୋଇଛି । ଏକ ସାଂସ୍କୃତିକ ଦୃଷ୍ଟିରୁ ସୁପରିଚିତ ଖାଦ୍ୟ ଅନୁଭୂତି ଜରିଆରେ ବ୍ରାଣ୍ଡ୍ ଦୈନନ୍ଦିନ ଭୋଜନରେ ଉତ୍ତମ ପୁଷ୍ଟିସାଧନ ପସନ୍ଦର ଗୁରୁତ୍ୱକୁ ପୁନଃ ସୁଦୃଢୀକରଣ କରୁଛି ।
ଏହି କାର୍ଯ୍ୟକ୍ରମ ସେବାରେ ପରିସମାପ୍ତ ହେଉଛି, ଯାହା ଚଳିତ ବର୍ଷ ପ୍ରଚାର ଅଭିଯାନରେ କେନ୍ଦ୍ରୀୟ ସ୍ଥାନ ନେଉଛି । ରଥ ଯାତ୍ରା ଅବସରରେ ପ୍ରତ୍ୟେକ ଅର୍ଥପୂର୍ଣ୍ଣ ଆୟୋଡିନ ସଚେତନତା ଭାବ ବିନିମୟ ନିମନ୍ତେ ଆଶୀର୍ବାଦ ସଲ୍ଟ ପିଲାମାନଙ୍କ ନିମନ୍ତେ ଗୋଷ୍ଠୀ ଭୋଜନ କାର୍ଯ୍ୟକ୍ରମକୁ ସମର୍ଥନ କରି ଆଶୀର୍ବାଦ ସଲ୍ଟ ପ୍ୟାକେଟ ଏନଜିଓଗୁଡିକୁ ବଣ୍ଟନ କରିବ । ସଚେତନତାକୁ କାର୍ଯ୍ୟାନ୍ୱୟନ ସହିତ ସଂଯୁକ୍ତ କରି ଏହି ଅଭିଯାନ ପାର୍ବଣର ଊଦ୍ଧ୍ୱର୍କୁ ଏହାର ପ୍ରଭାବ ପରିବ୍ୟାପ୍ତ କରୁଛି ଏବଂ ସେମାନଙ୍କ ପାଇଁ ଉତ୍ତମ ପୁଷ୍ଟିସାଧନରେ ସହାୟତା କରୁଛି ଯେଉଁମାନେ ଏହା ସର୍ବାଧିକ ଆବଶ୍ୟକ କରୁଛନ୍ତି ।
ଏହି ଅଭିଯାନକୁ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ଉପସ୍ଥିତିରେ ଉନ୍ମୋଚନ କରାଯାଇଥିଲା, ଯିଏ ଭକ୍ତଗଣଙ୍କ ସହିତ ଦର୍ଶନ, ଅନ୍ନ ଓ ସେବା ଯାତ୍ରାର ଅନୁଭୂତି ନେବାରେ ସାମିଲ ହୋଇଥିଲେ ।
ନିଜର ଚିନ୍ତାଧାରା ସମ୍ପର୍କରେ ପ୍ରକାଶ କରି ଅର୍ଚ୍ଚିତା ସାହୁ କହିଥିଲେ, “ନିକଟରେ ମାତୃତ୍ୱକୁ ଆପଣାଇଥିବା ଅନ୍ୟମାନଙ୍କ ଭଳି ମୁଁ ହୃଦବୋଧ କରିଛି ଯେ, ଆମ ପରିବାରର ସ୍ୱାସ୍ଥ୍ୟ ଆମେ ନେଉଥିବା ଛୋଟ, ଦୈନନ୍ଦିନ ପସନ୍ଦଗୁଡିକ ଦ୍ୱାରା ନିରୂପିତ ହୋଇଥାଏ । ଆୟୋଡିନଯୁକ୍ତ ଲୁଣକୁ ପସନ୍ଦ କରିବା ଏକ ସରଳ ନିଷ୍ପତ୍ତି ବୋଲି ମନେକରାଯାଇପାରେ, କିନ୍ତୁ ଏହା ପ୍ରତିଦିନ ପୁଷ୍ଟିସାଧନରେ ଏକ ଅର୍ଥପୂର୍ଣ୍ଣ ପାର୍ଥକ୍ୟ ଆଣିପାରିବ । ବିଶେଷଭାବରେ ଆଶୀର୍ବାଦ ସଲ୍ଟର ଏହି ପ୍ରୟାସକୁ ନେଇ ଯେଉଁ ସୁନ୍ଦର ବିଷୟ ମୁଁ ଦେଖିବାକୁ ପାଇଲି ତାହା ହେଉଛି, ଏହା ଦର୍ଶନ, ଅନ୍ନ ଓ ସେବାର ଭାବଧାରା ଜରିଆରେ ରଥ ଯାତ୍ରାକୁ ଯେଉଁଭଳି ଭାବରେ ଏହି ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ପହଞ୍ଚାଉଛି । ‘ଆୟୋଡିନ ର ତିଳକ’ ପରିବାରଗୁଡିକ ଆୟୋଡିନର ଗୁରୁତ୍ୱ ସମ୍ପର୍କରେ ବିନମ୍ରତାର ସହିତ ସ୍ମରଣ କରାଇଦେଉଛି ଏବଂ ସେହି ସମୟରେ ଅନ୍ନ ଓ ସେବା ପ୍ରୟାଗୁଡିକ ଯେଭଳି ଏହି ସଚେତନତା ପାର୍ବଣର ଊଦ୍ଧ୍ୱର୍ରେ ଅନେକ ଲୋକଙ୍କ ପାଇଁ ପରିପୋଷଣ ଓ ଯନôରେ ରୂାପନ୍ତରିତ ହେବ ତାହା ସୁନିଶ୍ଚିତ କରୁଛି । ବିଶ୍ୱାସକୁ ସାମୂହିକ କଲ୍ୟାଣରେ ପରିଣତ କରିବାରେ ଏହା ଏକ ଚିନ୍ତନଶୀଳ ଉପାୟ ହୋଇଛି ।”
ଏହି ପ୍ରୟାସ ସମ୍ପର୍କରେ ମତ ଦେଇ ଶ୍ରୀ ଅନୁଜ ରୁସ୍ତଗୀ, ବିଜିନେସ୍ ୟୁନିଟ ଚିଫ ଏକ୍ଜିକୁ୍ୟଟିଭ, ଷ୍ଟାପଲସ୍, ଆଇଟିସି ଲିମିଟେଡ କହିଥିଲେ, “ରଥ ଯାତ୍ରା ବିଶ୍ୱାସ, ଗୋଷ୍ଠୀ ଓ ସାମହୂିକ ଅଂଶଗ୍ରହଣ କ୍ଷେତ୍ରରେ ଭାରତର ଅନ୍ୟତମ ସର୍ବାଧିକ ଶକ୍ତିଶାଳୀ ପରିପ୍ରକାଶ ଅଟେ । ପ୍ରତ୍ୟେକ ପରିବାର ଥାଳିରେ ଲୁଣ ଅନ୍ୟତମ ସର୍ବାଧିକ ମୋଳିକ ଉପାଦାନ, ତଥାପି ଦୈନନ୍ଦିନ ପୁଷ୍ଟିସାଧନ କ୍ଷେତ୍ରରେ ଏହା ଭୂମିକା ଅଣଦେଖା ହୋଇ ରହିଯାଉଛି । ଆୟୋଡିନର ଅଭାବ ଜନିତ ଆପଦ ସମ୍ପର୍କରେ ଆମେ ପରିବାରଗୁଡିକୁ ପ୍ରଶିକ୍ଷିତ କରିବା ଅଭିଯାନ ଜାରି ରଖିଛୁ । ମସ୍ତିଷ୍କର ବିକାଶ, ବିଶେଷକରି ପିଲାମାନଙ୍କ ନିମନ୍ତେ ଆୟୋଡିନର ଆବଶ୍ୟକତା ପୂରଣ କରିବା କ୍ଷେତ୍ରରେ ଆୟୋଡିନଯୁକ୍ତ ଲୁଣ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଆୟୋଡିନଯୁକ୍ତ ଲୁଣ ସହିତ ଗୋଷ୍ଠୀ ଭୋଜନଗୁଡିକୁ ସମର୍ଥନ କରିବା ନିମନ୍ତେ ଭରସାଯୋଗ୍ୟ କାର୍ଯ୍ୟାନ୍ୱୟନକାରୀ ସହଭାଗୀଙ୍କ ସହିତ ସହଯୋଗୀତା କରି ଆମେ ଆଶା କରୁଛୁ ଯେ ଏହି ଭାବ ବିନିମୟ କେବଳ ଘରେ ଅଧିକ ଭଲ ପସନ୍ଦକୁ ଉତ୍ସାହିତ କରୁନାହିଁ, ବରଂ ତାହାସହିତ ସେମାନଙ୍କ ପୁଷ୍ଟିସାଧନରେ ଉନ୍ନତି ଆଣିବାରେ ଅବଦାନ ରଖୁଛି ଯେଉଁମାନେ ଏହା ସର୍ବାଧିକ ଆବଶ୍ୟକ କରୁଛନ୍ତି ।”
ଦର୍ଶନ ସଚେତନତା ସୃଷ୍ଟି କରୁଥିବାବେଳେ ଅନ୍ନ ଓଡ଼ିଶାର ଖାଦ୍ୟ ଐତିହ୍ୟକୁ ପାଳନ କରୁଛି ଏବଂ ସେବା ଏନଜିଓ ସହଭାଗୀମାନଙ୍କ ଜରିଆରେ ଫାଇଦାକୁ ଗୋଷ୍ଠୀଗୁଡିକୁ ସମ୍ପ୍ରସାରିତ କରୁଛି ଏବଂ ଆଶୀର୍ବାଦ ସଲ୍ଟର ରଥ ଯାତ୍ରା ପ୍ରୟାସ ଏକ ମଜଭୁତ ବାର୍ତ୍ତାର ପୁନଃ ସୁଦୃଢୀକରଣ କରୁଛି, ତାହା ହେଉଛି- ଆୟୋଡିନଯୁକ୍ତ ଲୁଣ ଭଳି ଦୈନନ୍ଦିନ ଏକ ଛୋଟ ପସନ୍ଦ ଏକ ଅର୍ଥପୂର୍ଣ୍ଣ ପାର୍ଥକ୍ୟ ଆଣିପାରିବ ।
