
କେନ୍ଦ୍ରାପଡ଼ା – ବାଲିଆ ସରକାରୀ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ନାୟକଙ୍କ ସ୍ମୃତିଚାରଣ ସଭା ବାଲିଆ ହାଇସ୍କୁଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ଆନୁକୂଲ୍ୟରେ ଆୟୋଜିତ ଏହି ସ୍ମୃତିଚାରଣ ସଭାରେ ପୂର୍ବତନ ଛାତ୍ର ତଥା ସ୍ୱର୍ଗତ ନାୟକଙ୍କ ସହକର୍ମୀ, ସତୀର୍ଥ, ଅଂଚଳର ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକମାନେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଶିକ୍ଷାବିତ୍ ଦେବକୀନନ୍ଦନ ମିଶ୍ର ଗୀତା ଓ ଜଗଦୀଶ ପ୍ରସାଦ ସାହୁ ଭାଗବତ ପାଠ କରିଥିଲେ । ସ୍ୱର୍ଗତ ନାୟକଙ୍କ ଆତ୍ମାର ସଦ୍ଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ଅବସରପ୍ରାପ୍ତ ଶିକ୍ଷକ ରାଜକିଶୋର ଜେନାଙ୍କ ସଂଯୋଜନାରେ ଶିକ୍ଷକ ବାନାମ୍ବର ସାହୁଙ୍କ ଅଧ୍ୟକ୍ଷତାରେ ସ୍ମୃତିଚାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଧାନଶିକ୍ଷକ ତପନ କୁମାର ସିଂ, ପୂର୍ବତନ ପ୍ରଧାନ ଶିକ୍ଷକ ସାରଦା ପ୍ରସନ୍ନ ସ୍ୱାଇଁ, ପୂର୍ବତନ ଶିକ୍ଷକ ରମେଶ ଚନ୍ଦ୍ର ପତି, ଜିଲ୍ଲା ଯୁବ ବିଜେଡ଼ି ସଭାପତି ରାଜେଶ ପଣ୍ଡା, ପ୍ରେମାନନ୍ଦ ଆଚାର୍ଯ୍ୟ, ଅଜୟ କୁମାର ମଲ୍ଲ, ଗଜେନ୍ଦ୍ର କୁମାର ମହାନ୍ତି, ରବିନ୍ଦ୍ର କୁମାର ମିଶ୍ର, ପ୍ରମୋଦ କୁମାର ସାହୁ, ନାରାୟଣ ସ୍ୱାଇଁ, ମଦନ ମୋହନ ବେହେରା ପ୍ରମୁଖ ସ୍ମୃତିଚାରଣ କରି ସ୍ୱର୍ଗତ ନାୟକ ଜଣେ ଛାତ୍ର ବତ୍ସଳ, ଆଦର୍ଶ ଶିକ୍ଷକ, ଶିକ୍ଷା ସଂଗଠକ, ଅନୁଷ୍ଠାନ ପ୍ରେମୀ ଥିଲେ ଏବଂ ଅଂଚଳର ବହୁ ଶିକ୍ଷାନୁଷ୍ଠାନର ପୃଷ୍ଠପୋଷକ ରହିଥିଲେ ବୋଲି ପ୍ରକାଶ କରିଥିଲେ । ପ୍ରାଧ୍ୟାପକ ଅଜୟ କୁମାର ରାଉତ ଓ ପୁଅ ଇଂ ବିଭୂତି ଭୂଷଣ ନାୟକ ଉପସ୍ଥିତ ସମସ୍ତଙ୍କୁ ଆତିଥ୍ୟତା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ, ପୁରାତନ ଛାତ୍ର ସହଯୋଗ କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO