
ବେଲଗୁଣ୍ଠା-କରୋନା କବଳିତ ହୋଇଛି ସାରା ବିଶ୍ୱ ।ବନ୍ଦ ହୋଇଛି ସମସ୍ତ ସାମାଜିକ ଓ ଆଧ୍ୟାତ୍ମିକ,ଯାନିଯାତ୍ରା, ବନ୍ଦ ହୋଇଯାଇଛି ।କରୋନା କଟକଣାରୁ ବାଦ୍ ପଡିନାହିଁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ।ଆଜି ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ପଡିଥାଏ ଶ୍ରୀ ଗୁଣ୍ଡିଚା ଯାତ୍ରା ।ମହାପ୍ରଭୁ ଜଗନ୍ନାଥ ରଥାରୂଢ ହୋଇ ଆସିଥାନ୍ତି ବଡଦାଣ୍ଡକୁ ଭକ୍ତ ମାନଙ୍କୂ ଦର୍ଶନ ଦେବା ପାଇଁ ।ହେଲେ କରୋନା ପାଇଁ ଜଗନ୍ନାଥ ପ୍ରେମୀ ମାନେ ଆଜି ଜଗନ୍ନାଥ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ।ବେଲଗୁଣ୍ଠାରେ ମଧ୍ୟ ସମାନ ପରିସ୍ଥିତି ଦେଖିବା ପାଇଁ ମିଳିଛି ।ବେଲଗୁଣ୍ଠାରେ ବାଲିଡି ସାହି ଓ ବଡଦାଣ୍ଡ ସାହିର ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଘୁମୁସର ଅଞ୍ଚଳର ଏକ ନିଆରା ଯାତ୍ରା ।ଯାତ୍ରା ଦିନ ଏଠାରେ ତିଆରି ହେଉଥିବା ଝରା ବା ଟାହିଆ ଏବଂ ପହଣ୍ଡି ଦେଖିବାକୁ ଆଖପାଖ ଅଞ୍ଚଳରୁ ବହୁ ଭକ୍ତ ସମାଗମ ହୋଇଥାନ୍ତି ।କିନ୍ତୁ କରୋନା ପାଇଁ ଏଠାରେ ଆଜି ରଥଯାତ୍ରା ସମ୍ପୂର୍ଣ୍ଣ ନିରାଡମ୍ବର ଭାବେ କେବଳ ମନ୍ଦିର ଭିତର ରିତିନିତୀ ଅନୁସାରେ ପାଳିତ ହୋଇଯାଇଛି ।କରୋନା କଟଣା ପାଳନ କରି ମନ୍ଦିର ଭିତରେ କିଛି ହାତଗଣତି ସେବାୟତଙ୍କ ଦ୍ୱାରା ପହଣ୍ଡି କରାଯାଇ ମନ୍ଦିର ପାଖରେ ଏକ ଅସ୍ଥାୟୀ ଗୁଣ୍ଡିଚା ଘରେ ପ୍ରଭୁ ଦଧିବାମନ ଜିଉଙ୍କୁ ବିଜେ କରାଯାଇଛି ।ଆଗମୀ ବାହୁଡା ପର୍ଯ୍ୟନ୍ତ ସେଠାରେ ସମସ୍ତ ନୀତିକାନ୍ତି ପାଳନ ହେବ ବୋଲି ଜଣାପଡିଛି ।ପହଣ୍ଡି ନ ଦେଖି ଏବଂ ରଥ ନ ଟାଣି ପାରି ବହୁ ଭକ୍ତ ନିରାଶ ହୋଇଥିଲେ ମଧ୍ୟ କରୋନା କଟକଣାକୁ ଗ୍ରହଣ କରିନେଇଛନ୍ତି ।ବେଲଗୁଣ୍ଠା ରଥଯାତ୍ରା ସମୟରେ ସହରରେ ଯାତ୍ରା ମିଠାର ଆଖ୍ୟା ପାଇଥିବା ହାଲୁଆ ଓ ଦ୍ରାକ୍ଷ ଏବଂ ଅନ୍ୟାନ୍ୟ ମିଠା ବ୍ୟବସାୟ ମଧ୍ୟ ଭଲ ହୋଇଥାଏ ।କିନ୍ତୁ ଏ ବର୍ଷ ଯାତ୍ରା ହୋଇନଥିବା ବେଳେ ମିଠା ବ୍ୟବସାୟୀ ମାନେ ନିରାଶ ହୋଇଥିବା ଲକ୍ଷ୍ୟ କରାଯାଇଛି ।
ଫଟୋ
ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO