
ବେଲଗୁଣ୍ଠା-ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭ ଙ୍କ ସଂଖ୍ୟା ବୃଦ୍ଧି ପାଇବା ଏବଂ ଏହା ଗୋଷ୍ଠୀ ସଂକ୍ରମଣ ଆଡକୁ ଗତିକରୁଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ସକାଳ ୭ ଟାରୁ ମଧ୍ୟାହ୍ନ୧୨ ଟା ପର୍ଯ୍ୟନ୍ତ ଲକ୍ ଡାଉନ ଏବଂ ମଧ୍ୟାହ୍ନ ୧୨ରୁ ସକାଳ ୭ଟା ପର୍ଯ୍ୟନ୍ତ ସଟ୍ ଡାଉନ ଘୋଷଣା କରିଛନ୍ତି ।କୌଣସି ଜରୁରୀ କାମ ନ ଥିଲେ ବାହାରକୁ ଯିବା ପାଇଁ ବାରଣ କରିବା ସହ ଅମାନ୍ୟ କଲେ ଜୋରିମନା ଆଦାୟ କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।ହେଲେ କିଛି ଅମାନିଆ ପ୍ରଶାସନର ନିୟମକୁ ବେଖାତିର କରି ବାଇକରେ ଚାରିଆଡେ ବୁଲାବୁଲି କରିବା ଲକ୍ଷ୍ୟ କରାଯାଇଛି ।
କିଛି ଦୋକାନରେ ସାମାଜିକ ଦୁରତ୍ୱ ମଧ୍ୟ ପାଳନ ହେଉନଥିବା ଲକ୍ଷ୍ୟ କରାଯାଇଛି । ଏ ନେଇ ବେଲଗୁଣ୍ଠା ପ୍ରଶାସନ ବିଭିନ୍ନ ସ୍ଥାନରେ ବ୍ଳକିଂ କରି କରୋନା କଟକଣା ଅମାନ୍ୟ କରିଥିବାରୁ ସୋମବାର ଓ ମଙ୍ଗଳବାର ଦିନ ୬୦୯୦୦ ଟଙ୍କା ଜୋରିମନା ଆଦାୟ କରିଛନ୍ତି ।
ସୋମବାର ଦିନ ବେଲଗୁଣ୍ଠା-ଭଞ୍ଜନଗର ମୁଖ୍ୟ ରାସ୍ତାରେ ବ୍ଳକିଂ କରି କଟକଣା ଅମାନ୍ୟ କରିଥିବା ବ୍ୟକ୍ତି ମାନଙ୍କ ଠାରୁ ୨୦୯୦୦ ଟଙ୍କା ଜୋରିମନା ଆଦାୟ କରିଥିବା ବେଳେ ମଙ୍ଗଳବାର ଦିନ କୋକଲୁଣ୍ଡା ଓ ମଙ୍ଗଳପୁର ଠାରେ ବ୍ଳକିଂ ଏବଂ ସାମାଜିକ ଦୁରତ୍ୱକୁ ଫୁ କରିଥିବା ଗାଙ୍ଗପୁର ମେନ୍ ରୋଡର ଏକ ଦୋକାନ ଓ ପାଇଲିପଡାର ଏକ ଟ୍ୟୁସନ ଉପରେ ଜୋରିମନା ପକାଇ କଟକଣା ଅମାନ୍ୟ କରିଥିବାରୁ ୪୦୦୦୦ ଟଙ୍କା ଆଦାୟ କରାଯାଇଥିବା ଜଣାପଡିଛି ।ଏଥିରେ ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରାଙ୍କ ସହ ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ବେହେରା, ଅମିନ ଇପ୍ସିତା ବେହେରା, ଆର୍.ଆଇ ଗୌରୀଚନ୍ଦ୍ର ପ୍ରଧାନ, ଶିବ ପାତ୍ର, ଶିବରାମ ସାହୁ ଓ ବେଲଗୁଣ୍ଠା ପୋଲିସ ସାମିଲ ଥିଲେ ।
ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO