
ପାରଳାଖେମୁଣ୍ଡି– ଗଜପତି ଜିଲ୍ଲାରେ ଆଜି ରାଜ୍ୟର ଗୋଟିଏ ଦିନରେ ସର୍ବାଧିକ ୪୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୭୯ କୁ ବୃଦ୍ଧି ପାଇଛି । ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ମାଇନର ରହିଛନ୍ତି ।
ଆକ୍ରାନ୍ତମାନେ ଗୋଷାଣୀ ବ୍ଲକ୍, ମୋହନା, ଆର୍, ଉଦୟଗିରି ବ୍ଲକ୍ ଏବଂ ଜଣେ ପାରଖେମୁଣ୍ଡି ମ୍ୟୁନିସିପାଲଟିର ରହିଥିବା ଜଣାପଡିଛି । ୪୧ ଜଣଙ୍କ ମଧ୍ୟରୁ ୩୧ ଜଣଙ୍କ ଯାତ୍ରା ବିବରଣୀ ରହିଛି । ୧୪ ଜଣ ତାମିଲନାଡ଼ୁ ଫେରନ୍ତା, ୬ ଜଣ ତେଲେଙ୍ଗାନା ଫେରନ୍ତା, ୫ ଜଣ ଆନ୍ଧ୍ରପ୍ରଦେଶ ଫେରନ୍ତା, ଜଣେ କର୍ଣ୍ଣାଟକ ଏବଂ ୫ ଜଣ ମହାରାଷ୍ଟ୍ର ଫେରନ୍ତା ପ୍ରବାସୀ ରହିଥିବା ସୂଚନା ମିଳିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO