-
ମାଉସ୍ କ୍ଲିକ୍ କରି ଓ୍ଵେବସାଇଟକୁ ଉନ୍ମୋଚନ କଲେ ସୁବାସିନୀ ଜେନା

ବାଲେଶ୍ଵର : ବାଲେଶ୍ଵରରୁ ପ୍ରକାଶିତ ମାସିକ ଓଡ଼ିଆ ପାରିବାରିକ ଫିଚର୍ ପତ୍ରିକା ‘ରେବତୀ’ ଆଉ ପାଦେ ଅଗ୍ରସର ହୋଇଛି। ଆଜି ଏହାର ନୂତନ ଭାବରେ ବିକଶିତ ଓ୍ଵେବସାଇଟ୍ www.rebatee.in ଲୋକାର୍ପିତ ହୋଇଯାଇଛି। ଏ ଉପଲକ୍ଷେ ଆଜି ‘ରେବତୀ’ କାର୍ଯ୍ୟାଳୟରେ ‘ରେବତୀ’ର ମୁଖ୍ୟ ମାର୍ଗଦର୍ଶକ ତଥା ପୂର୍ବତନ ସାଂସଦ ଇଂ ରବୀନ୍ଦ୍ର କୁମାର ଜେନା, ‘ରେବତୀ’ର ସମ୍ପାଦିକା ସୁବାସିନୀ ଜେନା ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ କମ୍ପ୍ୟୁଟର ମାଉସ୍ କ୍ଲିକ୍ କରି ଏହି ନୂତନ ଓ୍ଵେବସାଇଟକୁ ପାଠକମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ହାଇଲ୍ୟାଣ୍ଡ୍ ମେରାଇନର ସତ୍ତ୍ଵାଧିକାରୀ ପ୍ରତୀକ ଜେନା, ରେବତୀ ମିଡିଆ ହାଉସର ଦୁଇ ନିର୍ଦ୍ଦେଶକ, ‘ରେବତୀ’ର ସହଯୋଗୀ ସମ୍ପାଦକ କୃଷ୍ଣ କୁମାର ମହାନ୍ତି, ବ୍ଲୁଇ ଟେକ୍ନୋଲୋଜିର ସୂର୍ଯ୍ୟ ନାରାୟଣ ପଲ୍ଲେଈ, ରେବତୀଳ ମାର୍କେଟିଂ ବିଭାଗର ମୁଖ୍ୟ ରାଧାକୃଷ୍ଣ ମହାପାତ୍ର ତଥା ଅନ୍ୟ ସହଯୋଗୀମାନେ ଉପସ୍ଥିତ ଥିଲେ।
‘ରେବତୀ’ର ଓ୍ଵେବସାଇଟ୍ ବିକଶିତ ହେବା ଫଳରେ ବିଶ୍ଵର ଯେକୌଣସି ସ୍ଥାନରେ ଥିବା ଆଗ୍ରହୀ ଓଡିଆଙ୍କ ହାତ ପାଖରେ ଏବେ ପହଞ୍ଚିପାରିବ ‘ରେବତୀ’। ‘ରେବତୀ’କୁ ପ୍ରତ୍ୟେକଟି ଦୀକ୍ଷିତ ପାଠକଙ୍କ ପାଖରେ ପହଞ୍ଚେଇବା ପାଇଁ ଆମେ ସମସ୍ତ ପ୍ରକାର ସୁଯୋଗ ତିଆରା କରିବୁ ବୋଲି ସଂପାଦିକା ଶ୍ରୀମତୀ ଜେନା ପ୍ରକାଶ କରି ଏଥିପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ସୂଚନାଯୋଗ୍ୟ ଯେ, ‘ରେବତୀ’ର ଫେସବୁକ ପେଜ୍ ଏବଂ ଟୁଇଟର୍ ଲିଙ୍କ ରହିବା ସହ ପ୍ରଥମଥର ପାଇଁ ‘ରେବତୀ’ର ମୋବାଇଲ ଆପ୍ ମଧ୍ୟ ବିକଶିତ କରାଯାଇଛି। କରୋନା କଟକଣା ସ୍ଵାଭାବିକ ନହେବା ପର୍ଯ୍ୟନ୍ତ ପାଠକ ଓ ବାର୍ଷିକ ଗ୍ରାହକମାନଙ୍କୁ ‘ରେବତୀ’ର ଡିଜିଟାଲ୍ ସଂଖ୍ୟା ଯୋଗାଇ ଦିଆଯିବ ଏବଂ ଏହା ବର୍ତ୍ତମାନ ସମସ୍ତଙ୍କ ପାଇଁ ନିଃଶୁଳ୍କ ରହିଥିବା ବେଳେ ପୂର୍ବ ସଂଖ୍ୟା ପଢି ପାରିନଥିବା ପାଠକଙ୍କ ପାଇଁ ସବୁ ପୁରୁଣା ସଂଖ୍ୟା ଉପଲବ୍ଧ ରହିଥିବା କଥା କୃଷ୍ଣ କୁମାର ମହାନ୍ତି କହିଛନ୍ତି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO