
-
ମାଉସ୍ କ୍ଲିକ୍ କରି ଓ୍ଵେବସାଇଟକୁ ଉନ୍ମୋଚନ କଲେ ସୁବାସିନୀ ଜେନା

‘ରେବତୀ’ର ଓ୍ଵେବସାଇଟ୍ ବିକଶିତ ହେବା ଫଳରେ ବିଶ୍ଵର ଯେକୌଣସି ସ୍ଥାନରେ ଥିବା ଆଗ୍ରହୀ ଓଡିଆଙ୍କ ହାତ ପାଖରେ ଏବେ ପହଞ୍ଚିପାରିବ ‘ରେବତୀ’। ‘ରେବତୀ’କୁ ପ୍ରତ୍ୟେକଟି ଦୀକ୍ଷିତ ପାଠକଙ୍କ ପାଖରେ ପହଞ୍ଚେଇବା ପାଇଁ ଆମେ ସମସ୍ତ ପ୍ରକାର ସୁଯୋଗ ତିଆରା କରିବୁ ବୋଲି ସଂପାଦିକା ଶ୍ରୀମତୀ ଜେନା ପ୍ରକାଶ କରି ଏଥିପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ସୂଚନାଯୋଗ୍ୟ ଯେ, ‘ରେବତୀ’ର ଫେସବୁକ ପେଜ୍ ଏବଂ ଟୁଇଟର୍ ଲିଙ୍କ ରହିବା ସହ ପ୍ରଥମଥର ପାଇଁ ‘ରେବତୀ’ର ମୋବାଇଲ ଆପ୍ ମଧ୍ୟ ବିକଶିତ କରାଯାଇଛି। କରୋନା କଟକଣା ସ୍ଵାଭାବିକ ନହେବା ପର୍ଯ୍ୟନ୍ତ ପାଠକ ଓ ବାର୍ଷିକ ଗ୍ରାହକମାନଙ୍କୁ ‘ରେବତୀ’ର ଡିଜିଟାଲ୍ ସଂଖ୍ୟା ଯୋଗାଇ ଦିଆଯିବ ଏବଂ ଏହା ବର୍ତ୍ତମାନ ସମସ୍ତଙ୍କ ପାଇଁ ନିଃଶୁଳ୍କ ରହିଥିବା ବେଳେ ପୂର୍ବ ସଂଖ୍ୟା ପଢି ପାରିନଥିବା ପାଠକଙ୍କ ପାଇଁ ସବୁ ପୁରୁଣା ସଂଖ୍ୟା ଉପଲବ୍ଧ ରହିଥିବା କଥା କୃଷ୍ଣ କୁମାର ମହାନ୍ତି କହିଛନ୍ତି।