କୋଭିଡି-୧୯ ରୋଗର ବିସ୍ତାରକୁ ପରିମିତ ବା ପ୍ରତିବନ୍ଧ କରିବା ପାଇଁ ପୂର୍ବତଟ ରେଳପଥ ଏହାର ବିଭିନ୍ନ ଷ୍ଟେସନ ଅଞ୍ଚଳ, ଟ୍ରେନ ଓ ଷ୍ଟେସନର ଚଳପ୍ରଚଳ ପାଇଁ ଉଦ୍ଧିଷ୍ଟ ବିସ୍ତୃତ ଅଞ୍ଚଳ ଏବଂ ଏହାର ଆବାସିକ ସ୍ଥାନ ଯଥା ବିଭିନ୍ନ କଲୋନୀ ମାନଙ୍କରେ ସ୍ୱଚ୍ଛତା ପ୍ରୋଟୋକଲ ପାଳନ କରୁଅଛି I
ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ମାନଙ୍କୁ ପରିଚାଳନା କରୁଥିବା ରେଳପଥର ସମସ୍ତ ଷ୍ଟେସନ ମାନଙ୍କ ଠାରେ ଟ୍ରେନ ଆସିବା ପୂର୍ବରୁ ଏବଂ ଟ୍ରେନ ଛାଡିବା ପରେ ବ୍ୟାପକ ଭାବେ ସ୍ଵଛ କରାଯାଉଅଛି ଏବଂ ଦରକାର ପଡିଲେ ସ୍ଥାନୀୟ ପ୍ରଶାସନ ମାନଙ୍କର ସହାୟତା ନିଆଯାଉଅଛି I ଟ୍ରେନ କୁ ଚଢିବା ପୂର୍ବରୁ ଏବଂ ଟ୍ରେନ ମାନଙ୍କରୁ ଓହ୍ଲାଇବା ପରେ ଯାତ୍ରୀ ମାନଙ୍କର ଶରୀରର ତାପମାନ ମପାଯାଉଥିବା ବେଳେ ଦରକାର ହେଲେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷଣ କରାଯାଉଅଛି I ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ମାନଙ୍କରେ ଯାତ୍ରା ସମୟରେ ଯଦି ସ୍ୱାସ୍ଥ୍ୟ ସମ୍ବନ୍ଧରେ କୌଣସି ଯାତ୍ରୀଙ୍କର ଅଭିଯୋଗ ଆସେ ତେବେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇ ତୁରନ୍ତ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଯାଞ୍ଚ କରାଯାଇ ବିଶେଷ ପଦକ୍ଷେପ ନିଆଯାଉଅଛି I ଯାତ୍ରୀମାନେ ଯେପରି ସ୍ୱଚ୍ଛତା ସହିତ ଟ୍ରେନ ରେ ଯାତ୍ରା କରିପାରିବେ ସେଠି ପ୍ରତି ବିଶେଷ ଧ୍ୟାନ ଦିଆଯାଇ ଟ୍ରେନ ଓ କୋଚ କୁଡିକର ଭିତରେ ସମ୍ପୂର୍ଣ୍ଣ ଭାବେ ସଫା କରାଯିବ ସହିତ ଶୁଦ୍ଧକରଣ କରାଯାଉଅଛି I
ଇତି ମଧ୍ୟରେ ଭୁବନେଶ୍ୱର ଷ୍ଟେସନ ଠାରେ ସ୍ୱୟଂଚାଳିତ ସାନିଟାଇଜର ଡିସ୍ପେନସର ମେସିନ ବ୍ୟବସ୍ଥା କରାଯାଇଅଛି I ଏହା ସହିତ ଭୁବନେଶ୍ୱର ଓ ବିଶାଖାପାଟଣା ଷ୍ଟେସନ ସହିତ ଅନ୍ୟ କିଛି ଷ୍ଟେସନ ମାନଙ୍କ ଠାରେ କୃତିମ ବୁଦ୍ଧି (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଆଧାରିତ ଥର୍ମାଲ ଫୋଟୋ ଇମେଜିଙ୍ଗ କ୍ୟାମେରା ବ୍ୟବସ୍ଥା କରାଯାଇଅଛି ଯାହାଦ୍ୱାରା ଯାତ୍ରୀମାନେ ପ୍ଲାଟଫର୍ମ ମଧ୍ୟକୁ ପ୍ରବେଶ କରିବା ସମୟରେ ସେମାନଙ୍କର ତାପମାତ୍ରା ଫଟ ମାଧ୍ୟମରେ କମ୍ପ୍ୟୁଟର ସ୍କ୍ରିନ ମାଧ୍ୟମରେ ଦେଖାଯିବ I
କୋଭିଡି-୧୯ ବିସ୍ତାରକୁ ପ୍ରତିବନ୍ଧ କରିବାପାଇଁ ପୂର୍ବତଟ ରେଳପଥ ପ୍ରଶାସନ ପକ୍ଷରୁ ଏହାର ସମସ୍ତ ମଣ୍ଡଳ ରେଳବାଇ ପ୍ରବନ୍ଧକ ମାନଙ୍କୁ ଯଥା ଖୋର୍ଦ୍ଧା ରୋଡ଼, ସମ୍ବଲପୁର ଓ ୱାଲଟିୟର ରେଳମଣ୍ଡଳ କୁ କୁହାଯାଇଅଛି ଯେ ସେମାନେ ସାଧାରଣ ଚଳପ୍ରଚଳ ସ୍ଥାନ ଯଥା ଷ୍ଟେସନ ଅଞ୍ଚଳ ଓ ଆବାସିକ ଅଞ୍ଚଳ ଗୁଡିକୁ ବିଶୁଦ୍ଧିକରଣ କରି ସ୍ୱଚ୍ଛତା ବଜାୟ ରଖିବାକୁ ଯାହାଦ୍ୱାରା କି କରୋନା ମହାମାରୀର ବିସ୍ତାରକୁ ପ୍ରଶମିତ କରାଯାଇ ପାରିବ ଏବଂ ଏହା ମଧ୍ୟ ଜନସମୁଦାୟକୁ ଯେପରି ସଂକ୍ରମଣ ନକରିବ I ଏହାକୁ ନଜରରେ ରଖି ସମସ୍ତ ରେଳମଣ୍ଡଳ, ଷ୍ଟେସନ ଅଞ୍ଚଳ, କାରଖାନା ଅଞ୍ଚଳ ଓ ମୁଖ୍ୟାଳୟ ଠାରେ ଥିବା ଆବାସିକ ଅଞ୍ଚଳ ବା ରେଳବାଇ କଲୋନୀ ଗୁଡିକୁ ବିଶୁଦ୍ଧିକରଣ କରାଯିବ ସହିତ ସ୍ୱଚ୍ଛତା ବଜାୟ ରଖାଯାଉଅଛି I ପୂର୍ବତଟ ରେଳପଥ ଏହାର ଯାତ୍ରୀ ଓ କର୍ମଚାରୀମାନଙ୍କର ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ଉପାୟ ଗ୍ରହଣ କରିଛି I