ଭୁବନେଶ୍ୱର – ଭୁବନେଶ୍ୱର ଡୁମୁଡୁମା ଅଂଚଳର ସୁବାସ ନଗର ବସ୍ତିକୁ କେଂଟନମେଂଟ୍ ଜୋନ୍ ଭାବେ ଘୋଷଣା କରାଯାଇଛି । ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଭୁବନେଶ୍ୱର ମହାନଗର ନିଗମର(ବିଏମ୍ସି) କମିଶନର ପ୍ରେମ୍ ଚନ୍ଦ୍ର ଚୌଧୁରୀ ଏହି ଘୋଷଣା କରିଛନ୍ତି ।
ସୂଚନା ଅନୁଯାୟୀ ଡୁମୁଡୁମା ହନୁମାନ ମନ୍ଦିରରୁ ପ୍ଲଟ୍ ନଂ ୩୨୩ ଯାଏ, ପ୍ଲଟ୍ ନଂ ୩୨୩ରୁ ପ୍ଲଟ୍ ନଂ ୨୬୧ ଓ ୨୫୮ ଯାଏ, ପ୍ଲଟ୍ ନଂ ୨୬୨ ଓ ୨୫୮ରୁ ହନୁମାନ ମନ୍ଦିର ଯାଏ କେଂଟନମେଂଟ ଜୋନ୍ ଭାବେ ଘୋଷଣା ହୋଇଛି । ଏହି ଅଂଚଳରେ ଥିବା ସବୁ ଅଫିସ ବନ୍ଦ ରହିବ ଓ ଲୋକମାନେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି ।
ସୁବାସ ନଗର ବସ୍ତିରୁ ୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୬ ଜଣଙ୍କ ମଧ୍ୟରୁ ୫ ଜଣଙ୍କର କିଛି ଟ୍ରାଭେଲ ହିଷ୍ଟ୍ରି କି ଲକ୍ଷଣ ନ ଥିଲା । ସଂକ୍ରମଣ ଅଧିକ ନ ବ୍ୟାପିବା ପାଇଁ କେଂଟନ୍ମେଂଟ୍ ଜୋନ୍ ଭାବେ ଘୋଷଣା ହୋଇଛି । ସମ୍ପୃକ୍ତ ଅଂଚଳରେ ୭ ଦିନ ପର୍ଯ୍ୟନ୍ତ ଆକ୍ଟିଭ୍ ସର୍ଭେଲାନ୍ସ ଜାରି ରହିବ ବୋଲି ବିଏମସି କମିଶନର ସୂଚନା ଦେଇଛନ୍ତି ।